
ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନଟଙ୍ଗାପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମକର୍ତା ସଢଙ୍ଗୀପଲ୍ଲୀ ଠାରେ ଗଠିତ ହୋଇଯାଇଅଛି। ବ୍ଳକ ବିଜେଡି ଉପସଭାପତି ନିକୁଞ୍ଜବିହାରୀ ଖଣ୍ଡୁଆଳଙ୍କଙ୍କ ସଭାପତିତ୍ୱ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେଡିର ନୀର୍ବାଚନ ଅଧିକାରୀ ଭାବେ ଶରତ କୁମାର ସ୍ୱାଇଁ,ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ସାଧାରଣ ସମ୍ପାଦକ ଅମିତ କୁମାର ନାୟକ, 47 ନୋ ଜିଲ୍ଲା ପରିଷଦ ଯୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବଡପଡା ସରପଞ୍ଚ ପ୍ରତିନିଧି ଟୁନା ସାହୁ, ବ୍ଳକ ବିଜେଡି ଉପସଭାପତି କୁଞ୍ଜବିହାରୀ ମହାନ୍ତି ଉପସ୍ଥିତ ଥିଲେ । ଅତିଥି ମାନେ ଦଳ ର ଆଭିମୁଖ୍ୟ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋକପାତ କରିଥିଲେ। ସର୍ବସମ୍ମତି ଓ ଅନୁମୋଦନ କ୍ରମେ ସୁଶାନ୍ତ କୁମାର ଲେଙ୍କା ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ-ସଭାପତି ଭାବେ ଦିବ୍ୟଲୋଚନ ନାୟକ,ଜତିନ୍ କୁମାର ବେହେରା, ବୃନ୍ଦାବନ ଗୌଡ । ସାଧାରଣ ସମ୍ପାଦକ ଭାବେ ଅରୁଣ କୁମାର ନାୟକ, ଲକ୍ଷ୍ମଣ ନାଇକ, ଜିତେନ୍ଦ୍ର ଗୌଡ, ସମ୍ପାଦକ ପୀତବାସ ସ୍ବାଇଁ, ସୁଦର୍ଶନ ବିଶ୍ବାଳ,ବିପ୍ର ଗୌଡ ଏବଂ ସୂଯ୍ୟମଣି ଗନ୍ତାୟତ କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।ନିର୍ବାଚିତ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ବେଲଗୁଣ୍ଠା ବ୍ଳକ ବିଜେଡିସଭାପତି ପ୍ରଶାନ୍ତ କୁମାର ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।