-
୧୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ କାରଖାନା ପାଇଁ ୫୦ ହଜାର କୋଟି ଟଙ୍କାର ପୁଂଜିନିବେଶ
ଭୁବନେଶ୍ୱର, କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ୍ ପ୍ଲାଂଟ ପ୍ରତିଷ୍ଠା କରିବ ଆର୍ସେଲର ମିତଲ । କେନ୍ଦ୍ରାପଡାରେ ୧୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୫୦ ହଜାର କୋଟି ଟଙ୍କାର ବିନିଯୋଗ ହେବ । ଏଥିନେଇ ଗୁରୁବାର ଦିନ ଲୋକସେବା ଭବନର ନୂଆ କନଭେନସନ୍ ସେଂଟର ଠାରେ ଓଡିଶା ସରକାର ଓ ଆର୍ସେଲର ମିତଲ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଲ.ଏନ୍ ମିତଲ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ଶ୍ରୀ ମିତଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।