-
କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
-
ଲାଗୁ ହେଲେ ଓଡ଼ିଶାର ବହୁସଂଖ୍ୟକ ଲୋକ ଲାଭବାନ ହେବେ
-
ଆର୍ôଥକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ୧୦ ପ୍ରତିଶତର ସ୍ଥାନ ସଂରକ୍ଷଣ ଦିଆଯାଉ
ନୂଆଦିଲ୍ଲୀ ଠାରେ ଗୁରୁବାର ସାମ୍ବାଦିକ ସମ୍ବିଳନୀ ଜରିଆରେ ପୁଣି ଥରେ ଏହି ଦାବିକୁ ଦୋହରାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଂଚିତ ହେବା କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ । ଏଥିପାଇଁ ସେ ପୂର୍ବରୁ ତିନି ଥର ଜୁଲାଇ ୨୫,୨୦୧୯, ଜାନୁଆରୀ ୧୫, ୨୦୨୦ ଏବଂ ଡିସେମ୍ବର ୩୧,୨୦୨୦ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଦାବୀ ତଥା ଓବିସିଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗ ଏସ୍ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି ।
ଦେଶର ଅନେକ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ଜାତିଙ୍କ ପାଇଁ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।
ଓଡ଼ିଶାରେ ପାଖାପାଖି ୨୧୦ଟି ସମୁଦାୟକୁ ଏସଇବିସି ବର୍ଗରେ ଚିହ୍ନଟ କରାଯାଇଛି । ଯାହାର ବିଜ୍ଞପ୍ତି ୧୯୯୩ ମସିହାରୁ ଆରମ୍ଭ କରି ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି । କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ ଓବିସି ତାଲିକା ରହିଥିବା ବେଳେ ରାଜ୍ୟ ପାଖରେ ମଧ୍ୟ ଏସଇବିସି ତାଲିକା ରହିଛି । ରାଜ୍ୟ ସରକାର ନିଜସ୍ୱ ଏସଇବିସି ତାଲିକା ଏବଂ କେନ୍ଦ୍ରର ଓବିସି ତାଲିକାକୁ ନେଇପାରିବେ ଯାହା ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ସଂରକ୍ଷଣ ଯୋଗାଇବା ପାଇଁ ଉପଯୋଗୀ ହୋଇପାରିବ । ତେଣୁ ବହୁସଂଖ୍ୟକ ସମାଜକୁ ଏହି ସାମ୍ବିଧାନ ଅଧିକାର ପାଇବାରୁ ବଂଚିତ କରାନଯାଉ ।
ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅଧୀନରେ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା ଥିଲେ ମଧ୍ୟ ଓଡିଶା ସରକାର ସଂରକ୍ଷଣ ବ୍ୟବସ୍ଥା କରୁନାହାନ୍ତି । ଏହା ରାଜନୈତିକ ପ୍ରସଙ୍ଗ ନୁହେଁ, ସାମାଜିକ, ସାମାଜିକ ନ୍ୟାୟ, ସାମାଜିକ ସଶକ୍ତିକରଣ ଓ ସାମାଜିକ ସମରସତାର ପ୍ରସଙ୍ଗ । ତେଣୁ ମୁଖ୍ୟମନ୍ତ୍ରୀ ରାଜନୈତିକ ବାଦବିବାଦରୁ ବାହାରକୁ ଯାଇ ଏସଇବିସି ଓ ଓବିସି ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ସାମ୍ବିଧାନିକ ଅଧିକାର ପ୍ରଦାନ କରନ୍ତୁ । ଏହା ଦ୍ୱାରା ସମାଜରେ ସାମାଜିକ ଓ ଆର୍ôଥକ ବୈଷମ୍ୟତା ଦୂର ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।