ଡ. ମିଶ୍ର କହିଲେ ଯେ ଏହି ପ୍ରତିଯୋଗିତା ପାଇଁ ଗତ ଫେବୃଆରୀ ୨୪ ତାରିଖରୁ ନାମ ପଂଜିକରଣ ଆରମ୍ଭ ହୋଇଛି । ଏହା ୫ ମାର୍ଚ୍ଚରେ ଶେଷ ହେବ । ଇଛୁକ ପ୍ରତିଯୋଗିମାନେ ଏହି ଲିଙ୍କ୍ରେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଲକ୍ଟକ୍ସଜ୍ଞଗ୍ଦ.ଶକ୍ଷର/ଖଘଢଛକ୍ଟ୍ରକ୍ଟ୍ରଲଔଙ୍ଗ୧ଦ୍ଭଜବ୩ଐର୭ ପଞ୍ଜିକରଣ କରିପାରିବେ । ଏଥିରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ୬ଟି ଗ୍ରୁଫ ଗଠନ କରାଯିବ । ପୁରୁଷ ବର୍ଗରେ ୧୦ ବର୍ଷରୁ ୧୫ ବର୍ଷ ମଧ୍ୟରେ ଥିବା ପ୍ରତିଯୋଗୀମାନେ ସବ୍ ଜୁନିୟର, ୧୫ ରୁ ଉର୍ଦ୍ଧ୍ୱ ୨୦ ବର୍ଷ ବୟସ ଜୁନିୟର, ୨୦ ରୁ ଉର୍ଦ୍ଧ୍ୱ ୨୮ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗିମାନେ ସିନିୟର ଗ୍ରୁପରେ ରହିବେ । ସେହିପରି ମହିଳା ବର୍ଗରେ ୯ ବର୍ଷରୁ ୧୪ ବର୍ଷ ମଧ୍ୟରେ ଥିବା ପ୍ରତିଯୋଗୀମାନେ ସବ୍ ଜୁନିୟର, ୧୪ ରୁ ଉର୍ଦ୍ଧ୍ୱ ୧୯ ବର୍ଷ ବୟସ ଜୁନିୟର, ୧୯ ରୁ ଉର୍ଦ୍ଧ୍ୱ ୨୭ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗିମାନେ ସିନିୟର ଗ୍ରୁପରେ ରହିବେ । ପ୍ରଥମେ ସମସ୍ତ ପ୍ରତିଯୋଗୀମାନେ କ୍ୟାଲିଫାଇଙ୍ଗ୍ ରାଉଣ୍ଡ ଭାଗନେବେ । ଏଥିରୁ ଉତୀର୍ଣ୍ଣ ଶ୍ରେଷ୍ଠ ୩୦ ଜଣ ପ୍ରତିଯୋଗୀ ମାର୍ଚ୍ଚ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଟର ଫାଇନାଲରେ ଭାଗ ନେବେ । ଏଥିରୁ ଉତୀର୍ଣ୍ଣ ଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗୀ ମାର୍ଚ୍ଚ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲରେ ଭାଗ ନେବେ । ଏଥିରୁ ଉତୀର୍ଣ୍ଣ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ମାର୍ଚ୍ଚ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା । ଫାଇନାଲରେ ଭାଗ ନେବେ । ଏହି ଫାଇନାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଏବଂ ଆଉ ୨ ଜଣଙ୍କୁ ସାନ୍ତ୍ୱନା ମୂଳକ ଭାବେ ପୁରସ୍କୃତ କରାଯିବ । ଶ୍ରେଷ୍ଠ ପ୍ରତିଯୋଗୀମାନେ ଜାତୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବେ । ଏହି ପ୍ରତିଯୋଗିତା ବିଷୟରେ ଅଧିକା ଜାଣିବା ପାଇଁ ଡ. ସଂଜୟ କୁମାର ପଣ୍ଡାଙ୍କ ସହିତ ମୋବାଇଲ ୯୯୩୮୧୦୩୮୦୪ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ ।
ଏହି ସମସ୍ତ ପ୍ରତିଯୋଗିତା ଜୁମ୍ ଆପ୍ରେ ଅନୁଷ୍ଠିତ ହେବ । ଏଥିରେ ୬୦ ଜଣ ବିଚାରପତି ଏବଂ ରେଫରୀ ଭାଗନେବେ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ସମସ୍ତ ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ରାଜ୍ୟସ୍ତରରେ ଏକ କମିଟି ଗଠନ କରାଯାଇଛି । ରାଜ୍ୟର ପ୍ରମୁଖ ଯୋଗ ବିଶାରଦମାନେ ଏହି କମିଟିରେ ସାମିଲ ହୋଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପତଞ୍ଜଳୀ ଯୋଗ ସମିତି ଓଡିଶାର ରାଜ୍ୟ ପ୍ରଭାରୀ ଶ୍ରୀ ସୁଧାଂଶୁ ଅଧିକାରୀ, ସହସଂପାଦକ ରମାବଲ୍ଲଭ ମହାପାତ୍ର, କୋଷାଧ୍ୟକ୍ଷ ଦିବାକର ହରିଚନ୍ଦନ, ସଦସ୍ୟ ଡ. ସଞ୍ଜୟ କୁମାର ପଣ୍ଡା, ସରୋଜକାନ୍ତ ମହାପାତ୍ର, ଅଜୟ କୁମାର ସାହୁ, ରଘୁନାଥ ସାହୁ ଶଶୀକାନ୍ତ ଖୁନଟିଆ, ନିଖିଲ ଦଳାଇ, ସସ୍ମିତା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।