-
ବରଗଡ ଜିଲ୍ଲା ବିଜେପି ସଭାପତିଅଶ୍ୱିନୀ ଷଡଙ୍ଗୀଙ୍କ ମାତୃ ବିୟୋଗରେ
-
ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର :ବରଗଡ ଜିଲ୍ଲା ବିଜେପି ସଭାପତି ଶ୍ରୀ ଅଶ୍ୱନୀ ଷଡଙ୍ଗୀଙ୍କ ମାତା ଶ୍ରୀମତୀ ପୁଷ୍ପାଞ୍ଜଳୀ ଷଡଙ୍ଗୀଙ୍କ ଆଜି ସଂଧ୍ୟାରେ ୮୦ ବର୍ଷ ବୟସରେ ସ୍ୱର୍ଗରୋହଣ କରିଛନ୍ତି । ସ୍ୱର୍ଗତାଃ ଡଙ୍ଗୀଙ୍କବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତାଃ ଷଡଙ୍ଗୀ ଜଣେ ର୍ମପରାୟଣା ଏବଂ ସମାଜସେବୀ ଭାବେ ସ୍ଥାନୀୟ ଅଂଚଳରେ ଜଣାଶୁଣା ଥିଲେ । ବରଗଡସ୍ଥିତ ନିଜ ବାସଭବନରେ ସ୍ୱର୍ଗତାଃ ଷଡଙ୍ଗୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଷ ନିଶ୍ୱାସ ତ୍ୟାଗ ସମୟରେ ତାଙ୍କ ୫ ପୁଅ, ୨ ଝିଅ, ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ସ୍ୱର୍ଗତାଃ ଷଡଙ୍ଗୀଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତପରିବାରବର୍ଗଙ୍କୁଗଭୀର ସମବେଦନା ଜଣାଇଛନ୍ତି ।