ଭୁବନେଶ୍ୱର, ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା ସାମନାକୁ ଆସିବା ପରେ ରାଜ୍ୟ ସରକାର ପିସିସିଏଫ (ବଣ୍ୟପ୍ରାଣୀ)ଙ୍କୁ ରିପୋର୍ଟ ମାଗିଥିବା ଜଣା ପଡିଥି । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପିସିସିଏଫ (ବଣ୍ୟପ୍ରାଣୀ)ଙ୍କୁ ଶିମିଳିପାଳ ଗସ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆଜି ଶିମିଳିପାଳ ଗସ୍ତ କରି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ କରିବେ । ଅନ୍ୟ ପକ୍ଷରେ ନିଆଁକୁ ଆୟତ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ଟ୍ୱିଟ କରିବା ସହ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏହାର ଉତରରେ ଶ୍ରୀ ଜାବଡେକର ଟ୍ୱିଟ କରି କହିଥିଲେ ଯେ ସେ ଏହ ମାମଲାରେ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛି ।