
ଜଗନ୍ନାଥପ୍ରସା-:ଜଗନ୍ନାଥ ପ୍ରସାଦ ଥାନା ଛକ ଠାରେ ଗାଡିମଟର ଯାଞ୍ଚ କରୁଥିବା ସମୟରେ ଦୁଇ ଦୁର୍ଦାନ୍ତ ଅପରାଧୀ ଙ୍କୁ ପୋଲିସ ଧରିଥିବା ସୂଚନା ମିଳିଛି । ସେମାନେ ହେଲେ ଭୁବନେଶ୍ୱର ରିକ୍ସା କଲୋନୀର ମନୋଜ କୁମାର ବେହେରା ଓ ରମ୍ଭା ଥାନା ଅନ୍ତର୍ଗତ ବଳରାମ ପଲି ଗ୍ରାମର ନାରାୟଣ ବେହେରା ।ସେମାନଙ୍କ ଠାରୁ ଗୋଟିଏ ମାଉଜର ଜୀବନ୍ତ ଗୁଳି, ଗୋଟିଏ ସ୍କୁଟି,ଓ ଦୁଇଟି ମୋବାଇଲ ପୋଲିସ ଜବତ କରିଛି l ଘଟଣା ପ୍ରକାରେ ଗତକାଲି ସନ୍ଧ୍ୟାରେ ଜଗନ୍ନାଥ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସଦଳ ବଳେ ଥାନା ଛ କ ରେ ଗାଡି ମୋଟର ଯାଞ୍ଚ କରୁଥିବାବେଳେ ସ୍କୁଟି ନଂ ଓଡି 07ଏଡି,1732ରେ ମନୋଜ ବେହେରା ଓ ନାରାୟଣ ବେହେରା ଚୋପରା ଗ୍ରାମ ରୁ ଜଗନ୍ନାଥ ପସାଦ ଅଭିମୁଖେ ଆସୁଥିଲେ ପୋଲିସ ତାଙ୍କୁ ଅଟକାଇଥିଲେ ସେମାନେ ବେଖାତିର କରି ଘଟଣା ସ୍ଥଳୁ ଫେରାର ହେବାକୁ ଚେଷ୍ଟା କରିଥିଲେ lଯାହା ପୋଲିସ ସନ୍ଦେହ କରି ବାଇକ ପିଛା କରି ଧରିବାରେ ସଫଳ ହୋଇଥିଲେ l ଜବତ କରି ସେମାନଙ୍କ ନାମରେମାମଲା ନଂ 54/21ଦଫା 25(1B)ଆର୍ମସ ଆକ୍ଟ ପ୍ରକା ରେ କୋର୍ଟ ଚାଲାଣକରାଯାଇଛି l
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ