
ଆଜି ବେଲଗୁଣ୍ଠା ସହରରେ ମୁଖ୍ୟ ରାସ୍ତା ତଥା ଜଗନ୍ନାଥ ପ୍ରସାଦ ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ଦୁଇ ଜଣ ପଲସରଧାରୀ ଦୁର୍ବୁର୍ତ୍ତ ସୁନା ମାଳି ଝାମ୍ପି ନେଇଥିବା ଜଣାପଡିଛି ।ମହିଳା ଜଣକ ହେଲେ ସନ୍ତୋଷିନୀ ପ୍ରଧାନ(୩୭) ।ସେ ଓ ତାଙ୍କ ସ୍ୱାମୀ ଅଶୋକ ପ୍ରଧାନ ତାଙ୍କ ଘର ଆସ୍କା ଜି.ଦାମୋଦର ପଲ୍ଲୀ ଠାରୁ ଭଞ୍ଜନଗର ଏକ ଭୋଜିକୁ ଆସିଥିଲେ ।ଭଞ୍ଜନଗରରୁ ଆସି ଅଲାଡି ଜଣେ ବନ୍ଧୁ ଘରକୁ ଯିବା ପାଇଁ ବେଲଗୁଣ୍ଠାରେ ମିଠା କିଣିବା ପାଇଁ ଅଟକି ଥିଲେ ।ସନ୍ତୋଷିନୀ ଛକରେ ଅପେକ୍ଷା କରିଥିବା ବେଳେ ଅଶୋକ ସେଠାରେ ଥିବା ଏକ ମିଠା ଦୋକାନରେ ମିଠା କିଣୁଥିଲେ ।ଏହି ସମୟରେ ଏକ ନୀଳ ଓ କଳା ମିଶା ପଲସର ବାଇକରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ସନ୍ତୋଷିନୀ କୁ ଧକ୍କା ଦେଇ ତାଙ୍କ ବେକରେ ଥିବା ଏକ ବାଙ୍କ ପତିରୀ ସୁନା ମାଳୀ ନେଇ ଜଗନ୍ନାଥ ପ୍ରସାଦ ଆଡକୁ ଦ୍ରୁତ ଗତିରେ ଚାଲିଯାଇଥିଲେ ।ସନ୍ତୋଷିନୀ ପାଟି କରିବାରୁ ତାଙ୍କ ସ୍ୱାମୀ ଓ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ସନ୍ତୋଷିନୀ କୁ ଉଦ୍ଧାର କରିଥିଲେ ।ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭି ରେ ଦୁର୍ବୁର୍ତ୍ତ ମାନଙ୍କ ବିଷୟରେ ସୂଚନା ମିଳିପାରିବ ବୋଲି ଜଣାପଡିଛି ।ବେଲଗୁଣ୍ଠ । ଥାନା ଠାରୁ ମାତ୍ର 200 ମିଟର ଦୂର ରେ ଘଟିଯାଇଛି ଏହି ଅଘଟଣ ସାଧାରଣ ରେ ଆଲୋଚନା ଯେ ଲୁଟେରା ଦୁଇଙ୍କ କିପ୍ରକ ଦୁ ସାହସ।କିଛି ଦିନର ନୀରବତା ପରେ ପୁଣି ଅସାମାଜିକ କାଯ୍ୟ ଘଟାଇବାପାଇଁ ପ୍ରସ୍ତୁତ ହେଉଛନ୍ତି ଦୁବୃତ୍ତ ।ଏହା ଏବେ ପ୍ରଶାସନକୁ ଖୋଲା ଚଲେଞ୍ଜ। ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣା ଯାଉଛି