ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨ରେ ‘ମାରିଟାଇମ ଇଣ୍ଡିଆ ସମ୍ମିଳନୀ ୨୦୨୧’କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବେ ।ଏହି ସମ୍ମିଳନୀ ପରବର୍ତ୍ତୀ ଦଶନ୍ଧି ଲାଗି ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ ଏବଂ ଭାରତକୁ ବୈଶ୍ୱିକ ସାମୁଦ୍ରିକ କ୍ଷେତ୍ରର ଅଗ୍ରଭାଗରେ ପହଂଚାଇବା ପାଇଁ ମଧ୍ୟ ସହାୟକ ହେବ । ବିଭିନ୍ନ ଦେଶର ବିଶିଷ୍ଟ ବକ୍ତାମାନେ ଏହି ସମ୍ମିଳନୀରେ ଯୋଗଦେବେ ଏବଂ ଭାରତୀୟ ସାମୁଦ୍ରିକ ଡୋମେନରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ଏବଂ ନିବେଶ ସୁଯୋଗର ଅନୁସନ୍ଧାନ କରିବେ ବୋଲି ଆଶା କରାଯାଉଛି । ଡେନମାର୍କ ହେଉଛି ଏହି ତିନି ଦିନିଆ ଶିଖର ସମ୍ମିଳନୀର ଭାଗିଦାରୀ ଦେଶ ।