
ଗଞ୍ଜାମ, ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଆଜି ସକାଳେ ଏକକାଳୀନ ଚଢ଼ଉ କରାଯାଇଛି । ସେଗୁଡିକ ହେଲା ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ସ୍ଥିତ ବାସଭବନ, କାଶୀନଗର ନିକଟସ୍ଥ ମିନି ଗ୍ରାମରେ ଥିବା ସିମେଂଟ ଇଟା କାରଖାନା, ନିୟତି ବିହାରସ୍ଥିତ ସି.ଏଚ. ରାମଚନ୍ଦ୍ର ପାତ୍ର (ସମ୍ପର୍କିୟଙ୍କ ବାସଭବନ), ଟାୱାର, ଶେରଗଡ଼ ବ୍ଲକର କୁଲାଗଡ଼ ଠାରେ ଥିବା ଗୋଟିଏ ଘର । ରାୟଗଡ଼ା ବ୍ଲକ୍ କାର୍ଯ୍ୟାଳୟ ଓ ରାୟଗଡ଼ା ସରକାରୀ କ୍ୱାର୍ଟରରେ ମଧ୍ୟ ଚଢ଼ଉ ଜାରୀ ରହିଛି ।