ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଜନୈକା ନାବାଳିକାକୁ ପ୍ରେମ ଓ ବିବାହର ପ୍ରତିଶୃତି ଦେଇ ଅପହରଣ ଓ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗରେ ଆସିକା ପୋଲିସ ଅଭିଯୁକ୍ତ ଅନିଲ୍ କୁମାର ସାହୁ (୨୦)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଅନିଲ ନାବାଳିକାକୁ ଘରୁ ଅପହରଣ କରି ନେଇ ବାହାର ସ୍ଥାନରେ ରଖି ନିୟମିତ ବଳପୂର୍ବକ ଶାରିରୀକ ସମ୍ପର୍କ ରଖୁଥିଲା । କିଛି ମାସ ପରେ ନାବାଳିକା ଜଣକ ଅନ୍ତଃସତ୍ୱା ଥିବା ଜାଣିବା ପରେ ଅଭିଯୁକ୍ତ ଓ ତାର ଭିଣୋଇ ଏକ କାର୍ ଯୋଗେ ନାବାଳିକାକୁ ଆଣି ଏକ ନିର୍ଜ୍ଜନ ସ୍ଥାନରେ ଛାଡି ଫେରାର୍ ହୋଇଯାଇଥିଲେ । ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ ଆସିକା ଥାନାରେ ଅଭିଯୋଗ କରିଥିଲେ । ଆସିକା ପୋଲିସ କେସ୍ ନଂ ୧୦୩/୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ ବ୍ରହ୍ମପୁର ପୋକସୋ କୋର୍ଟରେ ହାଜର କରାଇଛି ।