
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ନିକଟ ପୁଇଁତଳା ଛକରେ ଦୁର୍ଘଟଣାଗ୍ରସ୍ତ ଆମୋନିଆ ଗ୍ୟାସ୍ ଭର୍ତି ଟ୍ୟାଙ୍କର ରାସ୍ତାରୁ ହଟାଯିବା ପରେ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଛି । ଗତକାଲି ସଂନ୍ଧ୍ୟା ସାଢ଼େ ୫ଟା ସମୟରେ ପୁଇଁତଳା ଛକରେ ଏହି ଦୁର୍ଘଟଣା ଘଟିଥିଲା । ଆଖି ପଡିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଟ୍ୟାଙ୍କର ଡ୍ରାଇଭର ସ୍ୱୀକାର କରିଛି । ଗତକାଲି ଅପରାହ୍ନ ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଗ୍ୟାସ୍ ଲିକ୍ ଆଶଙ୍କାରେ ସ୍ଥାନୀୟ ଅଂଚଳର କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସୁରକ୍ଷିତ ଅବସ୍ଥାରେ ଟ୍ୟାଙ୍କରଟିକୁ ରାସ୍ତାରୁ ହଟାଯାଇଛି । ଆଜି ଭୋର୍ ୫ଟା ସମୟରେ ପାରାଦ୍ୱୀପରାୁ ୪ଟି କ୍ରେନ୍ ଆସି ବେଶ୍ ସତର୍କତାର ସହକାରେ ଟ୍ୟାଙ୍କରଟିକୁ ରାସ୍ତାରୁ ହଟାଯାଇଛି । ଏହାପରେ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଛି ।