କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ସମର୍ଥ ବର୍ମା ଅଚାନକ ପହଁଚି ବିଭିନ୍ନ ବିଭାଗ ଖୋଲିବା ସହ ତନାଘନା କରିଥିବା ଜଣାପଡିଛି । ସୋମବାର ସାଢେ ୯ଟା ସମୟରେ ଜିଲ୍ଲାପାଳ ଶ୍ରୀ ବର୍ମା ଚିକିତ୍ସାଳୟର ବିଭିନ୍ନ ବିଭାଗରେ ପହଁଚି ରୋଗୀମାନଙ୍କ ସହ ଚିକିତ୍ସା ଓ େଓ÷୍ୟଷଧ ପତ୍ର ପ୍ରଦାନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ପ୍ରତ୍ୟେକ ବିଭାଗକୁ ଯାଇ ଡାକ୍ତରଖାନାରୁ ରୋଗୀମାନଙ୍କୁ େଓ÷ଷଧ ମିଳୁଛି କି ନାହିଁ, ଡାକ୍ତର ଓ ସେବିକାମାନେ ନିୟମିତ ବ୍ୟବଧାନରେ ରୋଗୀମାନଙ୍କ ଅବସ୍ଥା ବୁଝିବା ପାଇଁ ଆସୁଛନ୍ତି କି ନାହିଁ ପଚାରି ବୁଝିଥିଲେ । ଏହାସହ ପ୍ରସୂତି, ଅସ୍ଥିଶଲ୍ୟ, ଭେଷଜ, ଶିଶୁ ବିଭାଗ, ଅଲଟ୍ରାସାଉଣ୍ଡ, ଏକ୍ସରେ, ପାଥୋଲୋଜି ଆଦି ବିଭାଗ ଗୁଡିକୁ ବୁଲି ଅବସ୍ଥା ପର୍ଯ୍ୟବେକ୍ଷଣ କରିଥିଲେ । ରାଜ୍ୟ ସରକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ସମସ୍ତ ପ୍ରକାରର େଓ÷୍ୟଷଧ ଓ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବାବେଳେ ଜନସାଧାରଣ ତାହାର ସୁଯୋଗ ନେବା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ସୁଧାରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହାସହ ବାହାରୁ େଓ÷୍ୟଷଧ ଆଣିଥିବା ରୋଗୀମାନଙ୍କ ନିଦାନ ପତ୍ର ଦେଖି ଯେଉଁ ଡାକ୍ତର ବାହାରୁ େଓ÷୍ୟଷଧ କିଣିବା ପାଇଁ ରୋଗୀମାନଙ୍କୁ ଉତ୍ସାହିତ କରୁଛନ୍ତି ସେମାନଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି । ଅପରପକ୍ଷରେ ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟଙ୍କ ଦରମା ବନ୍ଦ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି ।
Related Stories
November 24, 2024
November 24, 2024