
କଟକ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ । ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ନେଇ ରାଜ୍ୟ ସରକାର ଏବଂ ସିବିଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ମାମଲାର ପରିସମାପ୍ତି ଘଟିଛି । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନିକଟରେ ଗିରଫ ହୋଇଥିବା ସମ୍ପର୍କରେ ଏହି ସତ୍ୟପାଠ ଦାଖଲ ହୋଇଛି ।
ପ୍ରକାଶ ଥାଉ କି, ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ହାଇକୋର୍ଟରେ ମାମଲା ଦାୟର୍ କରାଯାଇଥିଲା । ତଦନ୍ତରେ ଶିଥିଳତା ଓ ଷଡ଼ଯନ୍ତ୍ରର ଅଭିଯୋଗ କରି ୨୦୦୨ ମସିହାରେ ଅଞ୍ଜନାଙ୍କ ପକ୍ଷରୁ ମାମଲା ହାଇକୋର୍ଟ ଦାୟର୍ ହୋଇଥିଲା ।