
ଭଦ୍ରକ, ଆମ୍ବୁଲାନ୍ସରେ ରୋଗୀଙ୍କୁ ଗୋଟିଏ ଜାଗାକୁ ନେବା ବଦଳରେ ଅନ୍ୟତ୍ର ନେବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରମ୍ଭିଳା ଗ୍ରାମର ଶକୁନ୍ତଳା ବାରିକଙ୍କ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କଟକ ରେଫର୍ କରିଥିଲେ । ମାତ୍ର ଆମ୍ବୁଲାନ୍ସଟି ତାଙ୍କୁ କଟକ ନେବା ପରିବର୍ତେ ବାଲେଶ୍ୱର ଆଡକୁ ନେଇଯାଇଥିଲା । ଏହି ଘଟଣାରେ ରୋଗୀର ମା ଚରମ୍ପା ନିକଟରେ ଆମ୍ବୁଲାନ୍ସରୁ ତଳକୁ ଡେଇଁ ପଡି ଚିତ୍କାର କରିଥିଲେ । ଫଳରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସଟିକୁ ଅଟକାଇବା ସହ ଗାଡିଚାଳକକୁ ପୋଲିସ ଜିମା ଦେଇଥିଲେ । ଏହାପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆମ୍ବୁଲାନ୍ସ ଡ଼୍ରାଇଭରକୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।