ଭୁବନେଶ୍ୱର – ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦଶହରା ଦିନ ବାବାସାହେବ ଆମ୍ବେଦକର ବହୁ ପ୍ରତୀକ୍ଷା ଓ ନିରୀକ୍ଷା ପରେ ନାଗପୁରଠାରେ ୫ ଲକ୍ଷ ଅନୁଗାମୀଙ୍କ ସହ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଭାରତୀୟ ବୌଦ୍ଧ ମହାସଭା ପ୍ରତିÂା କରିଥିଲେ । ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଯେଉଁଦିନ ବୌଦ୍ଧଭିକ୍ଷୁ ଉପଗୁପ୍ତଙ୍କଠାରୁ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ, ସେହିଦିନଟି ଘଟଣାକ୍ରମେ ଦଶହରା ପର୍ବରେ ପରିଣତ ହୋଇଛି । ଡଃ ଆମ୍ବେଦକର ଦୀକ୍ଷା ଗ୍ରହଣ କରିବା ସ୍ଥାନଟି ଦୀକ୍ଷାଭୂମି ରୂପେ ଏକ ବୌଦ୍ଧକୀର୍ତିରେ ପରିଣତ ହୋଇଛି ଏବଂ ପ୍ରତିବର୍ଷ ଏହି ଦିବସରେ ପୃଥିବୀ ଲକ୍ଷ ଲକ୍ଷ ବୁଦ୍ଧପ୍ରେମୀମାନେ ସେଠାରେ ସମାବେଶ ହୁଅନ୍ତି । ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ପାଞ୍ଚଜଣ ଅନୁଗାମୀଙ୍କୁ ଦୀକ୍ଷା ଦେଇଥିବା ଦିନଟି ମଧ୍ୟ ଧର୍ମଚକ୍ର ପରିବର୍ତନ ଦିବସ ଭାବେ ପାଳନ କରାଯାଏ । ସାରା ପୃଥିବୀକୁ ଭାରତ ବୁଦ୍ଧଙ୍କୁ ଦେଇଥିଲେ ମଧ୍ୟ ନିଜ ଦେଶରେ ତାହା ଲୋପ ପାଇବାକୁ ବସିଥିଲା । ଧର୍ମାତ୍ମା ଅନାଗରିକ ଧର୍ମପାଳ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମକୁ ଖ୍ରୀଷ୍ଟମାନଙ୍କ ପ୍ରଭାବରୁ ରକ୍ଷା କରିବା ସହିତ ଭାରତ ଆସି ବୌଦ୍ଧ କୀର୍ତିରାଜି ଓ ବୌଦ୍ଧଧର୍ମକୁ ରକ୍ଷା କରିଥିଲେ । ସେ ଭାରତରେ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ପ୍ରତିÂା କରି ଭାରତର ବୌଦ୍ଧକୀର୍ତିଗୁଡ଼ିକର ଉଦ୍ଧାର ଓ ସଂରକ୍ଷଣ ସହିତ ବହୁ ସ୍ଥାନରେ ବୁଦ୍ଧବିହାରମାନ ପ୍ରତିÂା କରିଥିଲେ । ବୋଧିସତ୍ୱ ବାବାସାହେବ ଆମ୍ବେଦକର ଭାରତରେ ବୌଦ୍ଧଧର୍ମର ପୁନଃଜାଗରଣ ଆଣି ପୁନଃ ପ୍ରତିÂା କରାଇଥିଲେ ଓ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଲକ୍ଷ ଲକ୍ଷ ଅବହେଳିତ ଓ ସଚେତନ ଜନତା ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ବହୁ ଆଗରୁ ସେ ଘୋଷଣା କରିଥିଲେ ଯେ ହିନ୍ଦୁ ଧର୍ମରେ ଜନ୍ମ ହେଲେ ମଧ୍ୟ ସେ ହିନ୍ଦୁ ଧର୍ମରେ ମରିବେ ନାହିଁ । ବହୁ ଧର୍ମାବଲମ୍ବୀ ତାଙ୍କୁ ନିଜ ଧର୍ମ ଗ୍ରହଣ କରିବା ନିମିତ ମନାଇବା ଓ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରିଥିଲେ । ସେ କିନ୍ତୁ ଭାରତରେ ଆବିର୍ଭାବ ଓ ହିନ୍ଦୁ ଧର୍ମର ଅବତାର ଭଗବାନ ବୁଦ୍ଧଙ୍କ ଧର୍ମ ଗ୍ରହଣ କରିଥିଲେ । ଭାରତର କୋଟି କୋଟି ଗରିବମାନଙ୍କ ଉନ୍ନତି, ନିର୍ଯ୍ୟାତିତ ଅସ୍ପୃଶ୍ୟ ଜାତିମାନଙ୍କ ସୁରକ୍ଷା ଓ ମହିଳାମାନଙ୍କର ଅଧିକାର ପାଇଁ ସେ ଜୀବନସାରା ସଂଗ୍ରାମ କରିଥିଲେ । ଭାରତ ସରକାରଙ୍କ ଶାସନରେ ସେ ଭାଗ ନେଇ ଏସବୁ କାର୍ଯ୍ୟ କରିବା ପାଇଁ ଦୃଢ଼ ପ୍ରୟାସ କରିଥିଲେ । କିନ୍ତୁ ସେ ସବୁରେ ସେ ଆଂଶିକ ସଫଳତା ପାଇଥିଲେ । ଶେଷରେ ତାଙ୍କର ହୃଦ୍ବୋଧ ହୋଇଥିଲା ଯେ, ଭଗବାନ ବୁଦ୍ଧଙ୍କ ନୀତି ହିଁ ଏସବୁ ସମସ୍ୟାର ସମାଧାନର ଏକମାତ୍ର ପନ୍ଥା । ଜାତିର ଜନକ ମହାତ୍ମା ଗାନ୍ଧୀ ହିନ୍ଦୁ ଧର୍ମରେ ଅଟଳ ବିଶ୍ୱାସ ରଖିଥିଲେ ମଧ୍ୟ ଭଗବାନ ବୁଦ୍ଧଙ୍କ ନୀତି ଆଦର୍ଶରେ ଅହିଂସା ସଂଗ୍ରାମ କରି ଭାରତକୁ ସ୍ୱାଧୀନ କରିଥିଲେ । ଏହି ଅହିଂସା ଧର୍ମକୁ ସାରା ପୃଥିବୀ ଗ୍ରହଣ କରି ଗାନ୍ଧୀଙ୍କୁ ସମ୍ମାନ ଦେବା ସହିତ ସ୍ୱତଃପ୍ରବୃତ୍ତ ଭାବେ ଭଗବାନ ବୁଦ୍ଧଙ୍କ ନୀତି ଆଦର୍ଶକୁ ଗ୍ରହଣ କରି ନେଉଛନ୍ତି । ଆଜିର ଏହି ପରମାଣୁ ଯୁଗରେ ବୁଦ୍ଧଙ୍କ ଅହିଂସା, ପ୍ରେମ ଓ ଦୟା ବାଣୀ ହିଁ କେବଳ ପୃଥିବୀକୁ ହିଂସା ଓ ଧ୍ୱଂସମୁଖରୁ ରକ୍ଷା କରିପାରିବ । ଏଣୁ ଆଜିର ଦିନରେ ଆମେ ସମସ୍ତେ ଶପଥ ନେବା ଉଚିତ ଯେ ବୁଦ୍ଧଙ୍କ ତି୍ରଶରଣ ଓ ପଞ୍ଚଶୀଳ ନୀତିକୁ ଆମେ ଗ୍ରହଣ କରି ସମାଜରେ ଶାନ୍ତି, ସମୃଦ୍ଧି ଓ ଭାଇଚାରା ପ୍ରତିÂା କରିପାରିବା । ଭାରତୀୟ ବୌଦ୍ଧ ମହାସଭା, ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓ ବୁଦ୍ଧ କ୍ଲବ୍ ତରଫରୁ ଉକ୍ତ ଆଲୋଚନାଚକ୍ରରେ ଯୋଗଦେବା ନିମିତ ବିଶିଷ୍ଟ ଅତିଥି ଓ ବନ୍ଧୁମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି ।
Related Stories
November 24, 2024
November 24, 2024