ସେ କହିଛନ୍ତି ଯେ ପ୍ରଥମ ଦିନର ପ୍ରଥମ ଘଂଟାରେ କିଛି ସର୍ଭର ସ୍ଳୋ ଥିବାରୁ ସାମୟିକ ଭାବେ ସମସ୍ୟା ଦେଖା ଦେଇଥିଲା । ପରେ ଏହା ସମାଧାନ ହୋଇଯାଇଛି । ପ୍ରଥମ ଦିନ ପାଇଁ ଅନ୍ ସ୍ପଟ୍ ୬୦ ଜଣଙ୍କର ରେଜିଷ୍ଟ୍ରେସନ୍ କରାଯାଉଛି । ପରବର୍ତୀ ସମୟରେ ଲୋକଙ୍କ ଆଗ୍ରହ ଦେଖି ଏହି ସଂଖ୍ୟା ବୃଦ୍ଧି କରାଯିବ । ଗୋଟିଏ କେନ୍ଦ୍ରରେ ଦିନକୁ ସର୍ବାଧିକ ଶହେ ଟୀକା ଦିଆଯିବ । ଦରକାର ପଡିଲେ ବଢାଯିବ । ମୋଟ ୧୮୩ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁମୋଦିତ ହସପିଟାଲ ସହ ୧୩୨ଟି ସରକାରୀ ଡାକ୍ତରଖାନାରେ ଟୀକା କରଣ ପାଇଁ ନିଷ୍ପତି ହୋଇଛି । ଆବଶ୍ୟକ ପଡିଲେ ଏହାକୁ ଆହୁରି ବୃଦ୍ଧି କରାଯିବ । ମୁଖ୍ୟମନ୍ତ୍ରୀ ବି ଟୀକା ନେଇଛନ୍ତି ଏବଂ ସେ ଏବେ ସଂପୂର୍ଣ୍ଣ ସୁସ୍ଥ । ଟୀକା ନେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଓ ସମସ୍ତେ ଟୀକା ନିଅନ୍ତୁ ଏହା ନିରାପଦ ବୋଲି ଅପିଲ କରିଛନ୍ତି ।
Related Stories
November 24, 2024
November 24, 2024