-
ମହାମାରୀରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନା
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସମ୍ବାଦ ଓ ସାମ୍ବାଦିକତାକୁ ଛାଡି ଗଣତନ୍ତ୍ରର ପରିକଳ୍ପନା କରାଯାଇନପାରେ।ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲେନିନ ମଧ୍ୟ ସାମ୍ବାଦିକ ଥିଲେ।ସାମ୍ବାଦିକମାନେ ଘଟଣାର ସତ୍ୟତା ଅନୁସନ୍ଧାନ କରି ତଥ୍ୟଭିତ୍ତିକ ଓ ସତ୍ୟ ଆଧାରିତ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟର ବରିଷ୍ଠ ସାମ୍ବାଦିକ।ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରୀ ଜିଲ୍ଲା ପତ୍ରକାର ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି।ପୁରୀ ଜିଲ୍ଲା ପତ୍ରକାର ସଂଘର ସଭାପତି ବିଜୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ସମ୍ବାଦ ଓ ସାମ୍ୱାଦିକତା ଶୀର୍ଷକ ଆଲୋଚନାଚକ୍ରକୁ ବିଧାୟକ ଜୟନ୍ତ ଷଡଙ୍ଗୀ ଉଦଘାଟନ କରିଥିଲେ।ଆରମ୍ଭରେ ଗତକାଲି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ତଥା କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ତଥା ସୂଚନା କମିଶନର ଦିଲ୍ଲୀପ ବିଶୋଇ, ରବି ଦାଶ,ରାଜରାମ ଶତପଥୀ,ଓଡିଶା ରିଭ୍ୟୁର ସମ୍ପାଦକ ଲେନିନ ମହାନ୍ତି,ସଂଘର ସମ୍ପାଦକ ଶଙ୍କର୍ଷଣ ବେହେରା,ସଂଜୀବ ରଥଶର୍ମା ପ୍ରମୁଖ ଯୋଗଦେଇ ରାଜ୍ୟର ୨୫ପ୍ରତିଶତ ଖବର କେବଳ ପୁରୀରେ ରହିଛି।ଏହି କାରଣରୁ ପୁରୀରେ ସମ୍ବାଦ ଓ ସାମ୍ବାଦିକତାର ପ୍ରମୁଖ ସ୍ଥାନ ରହିଛି।ଜାତୀୟ ଏକତା,ସଂଘତି ଓ ସାମାଜିକ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ବାଦ ପରିବେଷଣ କରାଯିବା ଉଚିତ।ଖବର ଏକ କଂଯ୍ୟୁମର ଉତ୍ପାଦ।ତେଣୁ ଗୁଣାତ୍ମକ ଓ ମୁଲ୍ୟବୋଧଭିତ୍ତିକ ଖବର ପରିବେଷଣ ଉପରେ ଗୁରୁତ୍ୱ ଦିଆଯାଇଛି।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରାଜକୁମାର ମହାନ୍ତି,ସ୍ତମ୍ଭକାର ଗୌରାଙ୍ଗ ପରିଡା,ରାଜେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ବିଶ୍ୱଜିତ ଘୋଷ,ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁଦର୍ଶନ ବେହେରା,ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ରଥଶର୍ମା,ଯୁବ ସଂଗଠକ ଛବିନ୍ଦ୍ର ପଢ଼ିଆରୀ,ସାମ୍ବାଦିକ ପ୍ରଦୀପ ମହାନ୍ତି,ରଣଜିତ ମିଶ୍ର, ଶୈଳେନ୍ଦ୍ର ଆଚାର୍ଯ୍ୟ,ଗଜେନ୍ଦ୍ର ମହାରଣା,ଶ୍ୟାମକାହ୍ନା ପଟ୍ଟନାୟକ ଓ ଭିଡ଼ିଓଗ୍ରାଫର ଚନ୍ଦନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ୱାଦିକ,ବୁଦ୍ଧିଜୀବୀ,ଆଇନଜୀବୀ ଯୋଗଦେଇଥିଲେ।