
ନୂଆଦିଲ୍ଲୀ, ସନ୍ଥ ରବିଦାସଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଏକ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସନ୍ଥ ରବିଦାସ ଜୀ ବହୁବର୍ଷ ପୂର୍ବେ ସମାନତା, ସଦଭାବନା ଏବଂ କରୁଣାର ଯେଉଁ ବାର୍ତା ଦେଇଥିଲେ, ତାହା ଦେଶବାସୀଙ୍କୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇବ । ତାଙ୍କ ଜୟନ୍ତୀରେ ମୁଁ ମୋର ସାଦର ପ୍ରଣାମ ଜଣାଉଛି” ।