ନୂଆଦିଲ୍ଲୀ, ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ଓଓଓର ନିୟମ ୧୬ ସଂକ୍ରାନ୍ତରେ କେତେକ ଭୁଲ ଧାରଣା ସୃଷ୍ଟି କରାଯାଇଛି । କୁହାଯାଉଛି ଯେ, ଜରୁରିକାଳୀନ ସ୍ଥିତିରେ ଡିଜିଟାଲ ମିଡିଆରେ ପ୍ରସାରିତ କେତେକ କେଂଟଂଟ ଉପରେ ପ୍ରତିବନ୍ଧକ ଲାଗୁ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ନିର୍ଦ୍ଦେଶ ଜାରି କରିପାରିବେ ।ମାତ୍ର ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଯେ ଏହା କୌଣସି ନୂଆ ବ୍ୟବସ୍ଥା ନୁହେଁ । ବିଗତ ୧୧ ବର୍ଷ ଧରି, ୨୦୦୯ ପରଠାରୁ, ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କୁ ମିଳୁଥିବା ସୂଚନା ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା) ନିୟମାବଳୀ, ୨୦୦୯ ଅନ୍ତର୍ଗତ ଏହି ବ୍ୟବସ୍ଥାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସଚିବ କାର୍ଯ୍ୟକାରୀ କରି ଆସୁଥିଲେ ।
୨୫ ଫେବୃଆରୀ, ୨୦୨୧ରେ ଜାରି ହୋଇଥିବା ନିୟମାବଳୀ ଅନ୍ତର୍ଗତ କେବଳ ଏହି ବ୍ୟବସ୍ଥାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ କ୍ଷମତା ଅଧୀନକୁ ଅଣାଯାଇଛି । କାରଣ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ ।
ଏହା ପୁନଃସ୍ପଷ୍ଟ କରି ଦିଆଯାଉଛି ଯେ- ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ ଅନ୍ତର୍ଗତ କଂଟେଟ ବ୍ଲକ୍ କରିବା ଲାଗି ବ୍ୟବସ୍ଥାରେ କୌଣସି ପରିବର୍ତନ କରାଯାଇ ନାହିଁ କିମ୍ବା କୌଣସି ନୂଆ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ ।