

Related Stories
August 24, 2025
ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପରିସରରେ ଜିଲା ଓରମାସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ସହଯୋଗରେ ନିଯୁକ୍ତି ଭିତିକ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା ଦକ୍ଷତା ବିକାଶ ଏପିଡ଼ି ସାସ୍ୱତୀ ରାଉତ, ଦକ୍ଷତା ବିକାଶ ଡିପିସି ଜିତେନ୍ଦ୍ର ପାତ୍ର, ଚିତ୍ରକୋଣ୍ଡା ଓଡିଶା ଜୀବିକା ମିଶନ ବିପିଏମ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର, ମିଶନ ଶକ୍ତି ରବୀନ୍ଦ୍ରନାଥ ଭୂୟାଁ ଓ ଖଇରପୁଟ ଦକ୍ଷତା ବିକାଶ ସଂଯୋଜକ ଚିନ୍ମୟ ସିଙ୍ଗ ଉପସ୍ଥିତ ରହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବେକାରୀ ଯୁବକ ଯୁବତୀ ମାନଙ୍କୁ ବିଭିର୍ନ ଯୋଜନାରେ ନିଯୁକ୍ତି ପାଇଁ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୪୫୦ ଜଣ ବେକାରୀ ଯୁବକ ଯୁବତୀ ଅଂଶ ଗ୍ରହଣ କରି ନିଜର ଡକୁମେଣ୍ଟ ସହ ପଞ୍ଜିକରଣ କରିଥିଲେ ସେଥି ମଧ୍ୟରୁ ୨୨୦ ଜଣଙ୍କୁ ବିଭିନ୍ନ କାର୍ଯ୍ୟ କ୍ରମରେ ତାଲିମ ନେବାପାଇଁ ଚୟନ କରାଯାଇଥିବା ସୂଚନା ମିଳିଛି।