Related Stories
November 23, 2024
ମାଲକାନଗିରି, ମାଲକାନଗିରି ର ଯୁବକ ପୁରୀରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ହୋଇପାରିଛନ୍ତି!ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମର ମୁକେଶ କବାସୀ!ସୁଦୂର ମାଲକାନଗିରି ଜିଲ୍ଳାରୁ ଯାଇ ପୁରୀରେ ନିଜ କଳା ପ୍ରତିଭାକୁ ବାଲି ମାଧ୍ୟମରେ ପ୍ରତିମୂର୍ତ୍ତି ବନାଇ ସମାଜକୁ ବାର୍ତ୍ତା ଦେଉଛନ୍ତି!ମୁକେଶ ପିଲାଟି ଦିନରୁ କଷ୍ଟରେ ଜୀବନ ଯାପନ କରିଛନ୍ତି!କାଲିମେଳା ବିଦ୍ୟାଳୟ ର ଶିକ୍ଷକ ଙ୍କ ପାଖରେ ରହି ପାଠ ପଢା ସାରିଛନ୍ତିବ!ପ୍ରାୟ ଘର କାମରେ ସେ ନିୟୋଜିତ ରହୁଥିଲେ! ଗ୍ରାମର ନିଜ ଜମିରେ ସମୟ ଅତିବାହିତ କରିଲାବେଳେ ସେଠାରେ ଥିବା ଝରଣା ବାଲିରେ ମୂର୍ତ୍ତି ଗଢି ଖେଳୁଥିଲେ!ସମୟ କ୍ରମେ କଷ୍ଟରେଭିହେଲେ ବି ତାଙ୍କ ପାଠ ପଢା ଚାଲୁଥିଲା!ଦିନେ କାଲିମେଳା ର ଏକ ଚାଦୋକାନରେ ଚା ପିଉଥିବାବେଳେ ଅନ୍ତଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୁ ଏକ ଖବର କାଗଜ ରେ ଦେଖିଥିଲେ!ସେ ଦିନ ତାଙ୍କୁ ତାଙ୍କ ଆଦର୍ଶ ମିଳିଯାଇଥିଲା!ତାପରେ ସେ ବାହାରିପଡିଥିଲେ ତାଙ୍କୁ ଭେଟିବାପାଇଁ!ଆଜି ସେ ତାଙ୍କ ପାଖରେ ରହି ବାଲୁକା କଳା ଶିଖିବା ସହ ଓଡିଶା ଏବଂ ମାଲକାନଗିରି ମାଟିର ନାମ ବଢାଇବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି!ତାଙ୍କ ଇଚ୍ଛା ମାଲକାନଗିରି ଜିଲ୍ଲା ପାଇଁ କିଛି କରି ଦେଖାଇବା!