-
ପକୋଡା ବିକିବାକୁ କହିକି ଯୁବ ଓ ଛାତ୍ର ଙ୍କୁ ବେକାର କଲେ ମୋଦୀ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଙ୍କ ନେତୃତ୍ୱରେ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର ନେତା ଦେବାଶିଷ ଦଇତାପତି, ସଦର ଯୁବ ନେତା ଆଦିତ୍ୟ କୁମାର, ସତ୍ୟବାଦୀ ଯୁବନେତା ବିଭୁ ରଥ, ରାଜ ନାରାୟଣ ରଥ, ବ୍ରହ୍ମଗିରି ଛାତ୍ର ନେତା ଅଶୋକ କୁମାର ବେହେରା, ସମୀର କୁମାର ପଲେଇ ପୁରୀ ବିଧାନ ସଭା କ୍ଷେତ୍ର ଛାତ୍ର ନେତା ରୀସାନ ଦାଶ, ମାଧବ ପତ୍ର, ରଞ୍ଜନ ମହାପାତ୍ର ,କାଳିଆ ଦାଶ,ପ୍ରଭୁ ଦାସ ଏବଂ ଅନ୍ୟ ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ ର ସଦସ୍ୟ ଗଣ ଙ୍କ ସହ ବରିଷ୍ଠ କଂଗ୍ରେସ ନେତା ରାଜେଶ ମିଶ୍ର, ସେବାଦଳ ପୁରୀ ଜ଼ିଲ୍ଲା ବିଶ୍ୱକେଶନ ହରିଚନ୍ଦନ, ଟାଉନ କଂଗ୍ରେସ ସଦସ୍ୟ ରଶ୍ମିକାନ୍ତ ସାହୁ,ପୁରୀ ଜ଼ିଲ୍ଲା କଂଗ୍ରେସ ଲିଗାଲ ସେଲ ଅଦକ୍ଷ କାଳିପ୍ରସାଦ ନାୟକ ଙ୍କ ଉପସ୍ଥିତି ରେ ନରେନ୍ଦ୍ର ମୋଦି ,ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଫୋଟୋ ପୋଷ୍ଟର ପୂଜା କରିବା ସହ ପୁଷ୍ପାଞ୍ଜଳି ଦିଆଯାଇଥିଲା ଏହା ସହ ମିଷ୍ଟାନ୍ନ ଭୋଗ ଲଗା ଯାଇ ଅଭିନବ ଉପାୟରେ ବିରୋଧ କରିବା ସହ ମୋଦି ଙ୍କୁ ଭାରତ ର ବିକାଶ ପୁରୁଷ ଯିଏ କିଏ ପୁରା ଭାରତ କୁ ବିକିବାକୁ ବସିଛନ୍ତି |ସେମିତି ଓଡିଶା ର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ଗରିବ ଙ୍କୁ କୋଢି଼ଆ କରିବା ମୁଖ୍ୟ ଧାରାବାହିକ ପୁଷ୍ଟଧର ଏବଂ ଏହି ୨ଜଣ ଙ୍କ ସାଲିସ ମାଲିସ କ୍ରମେ ଓଡିଶା ର କୁଳାଙ୍ଗାର ଧର୍ମେନ୍ଦ୍ର ଭାରତ ର ତୈଳ ରାକ୍ଷସ ଆଖ୍ୟା ଦେଇ ତାଙ୍କୁ ପୂଜା ଅର୍ଚନା କରିବା ସହ | ଯୁବନେତା ଆଲୋକ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ କି ୨୦୧୪ ରେ ମୋଦି ସରକାର ଭୋଟ ପାଇଁ ଘର ଘର ବୁଲି ଭିକ ମାଗୁଥିଲେ ଏବଂ ୨୦୧୪ ରେ ସରକାର ଗଢିବା ପରେ ଜିଏସ୍ଟି ଲାଗୁ କରିଥିଲେ ଯାହାକି ଆଜି ପଯ୍ୟନ୍ତ ର ବିଫଳ ପାଖା ପାଖି ୧୦୦ରୁ ଉର୍ଧ ଥର ସଂଶୋଧନ କରାଗଲାଣି | ସେଇଭଳି ବିମୁଦ୍ରି କରଣ କରି ଦେଶର ଅର୍ଥନୀତି କୁ ଦୁର୍ବଳ କରିବା ସହ ସାରା ଭାରତ ର ଯୁବ ପିଢିଙ୍କୁ ନିଯୁକ୍ତି ବଦଳରେ ପୋକଡି ବିକିବାକୁ ଉପାୟ ଦେଲେ | ଓଡ଼ିଶାର ନବୀନ ସରକାର ଓଡ଼ିଶାର ସମସ୍ତ ଶିଳ୍ପ ଅନୁଷ୍ଠାନ କୁ ଧୀରେ ଧୀରେ ବନ୍ଦ କରିବା ସହ ଯୁବ ପିଢିଙ୍କୁ ନିଯୁକ୍ତି ଉପରେ ଧ୍ୟାନ ନଦେଇ ମଦ ବେପାର ରେ ଅଧିକ ଧ୍ୟାନ ଦେଉଛନ୍ତି |୧୦୦୦ ପ୍ରକାର ଯୋଜନା ହେଲେ ସବୁ ଯୋଜନା ” _ଉଡ଼ିକି ନବୀନା ” ଭଳି ହେଇଯାଉଛି | ଏବେ ଦେଶ ର ତୈଳ ମନ୍ତ୍ରୀ ଙ୍କ କଥା ନକହିବା ଭଲ ଓଡିଶା ରାଜ୍ୟ ସରକାର ଓ ମୋଦି ସରକାର ମିଳିମିଶି ଖାଇବା ଯୋଜନା ରେ ବୁଝିପାରୁନାହାନ୍ତି କି ଭାରତ କୋଭିଡ ଲକଡାଉନ ପରେ ଦେଶ ର ଅର୍ଥନୀତି ହ୍ରାସ ପାଇବା ସହ ଗରିବ ଖାଇବାକୁ ପାଉନାହାନ୍ତି ହେଲେ ଏହିଭଳି ଘଡ଼ିସନ୍ଧି ମୁହୂର୍ତ ରେ ଦେଶର ତୈଳ ଦର ୧୦୦ଟଙ୍କା ପାର ହେଲାଣି | ତେଲ ପାଇଁ ରାସନ ଓ ପନି ପରିବା ଦର ବି ଆକାଶ ଛୁଆଁ ହେଲାଣି ନା ଓଡିଶା ସରକାର ନା ମୋଦି ସରକାର ଙ୍କ ତୈଳ ରାକ୍ଷସ ମନ୍ତ୍ରୀ ଙ୍କ ବୁଦ୍ଧି ଉଦୟ ହେଉନାହିଁ ଗରିବ ଫେରୀଵାଲା ଠୁ ଆରମ୍ଭ କରି ଛୋଟ ଛୋଟ ବ୍ୟବସାୟୀ ମାନେ ତୈଳ ଦର ବୃଦ୍ଧି କୁ ନେଇ ହନ୍ତସନ୍ତ ହେଉଛନ୍ତି | ହେଲେ ନବୀନ ସରକାର ତାଙ୍କ ଟିକସ ବଢ଼େଇ ଚାଲିଥିବା ବେଳେ ମୋଦି ସରକାର କେନ୍ଦ୍ର ଟିକସ ବଢ଼େଇ ଚାଲିଛନ୍ତି | ଏହାକୁ ନଜର କରି ଅଭିନବ ଉପାୟରେ ପୁରୀ ବଡଦାଣ୍ଡ ଖୁଣ୍ଟିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ମୋଦି ,ନବୀନ ଓ ଧର୍ମେନ୍ଦ୍ର ଙ୍କ ଫୋଟୋ ପୋଷ୍ଟର ପୂଜା କରିବା ସହ ନଡ଼ିଆ ବାଡେଇ ଭୋଗ ଲଗେଇ ପେଟ୍ରୋଲ ପମ୍ପ ରେ ତେଲ ପକାଉଥିବା ସାଧାରଣ ଜନତା ଙ୍କୁ ଲଡୁ ଖାଇବାକୁ ଦେଇ ଆପଣ ମାନେ ଖୁସିତ ନାରା ଦେଇଥିଲେ ଏହା ସହ ଘର ଘର ମୋଦି ବିକାଶ ଶହେ ଶହେ ରେ ବୋଲି ନାରା ଦିଆ ଯାଇଥିଲା | ଛାତ୍ର କଂଗ୍ରେସ ପୁରୀ ଜ଼ିଲ୍ଲା ପୂର୍ବତନ ସଭାପତି ଆଶୁତୋଷ ମଧ୍ୟ ତାଙ୍କ ମନ୍ତବ୍ୟ ରେ କହିଥିଲେ କି ମୋଦି ସରକାର ବିମୁଦ୍ରି କାରଣ କରି ଗରିବ ଜନତା ଙ୍କ ଆତ୍ମହତ୍ୟା ଦେଖିଲେ, ବିଫଳ ଜିଏସ୍ଟି ଲାଗୁ କରି ଖୁଦ୍ର ବ୍ୟବସାୟ ଙ୍କ ପେଟ କୁ ମାରିଲେ, ପକୋଡା ବିକିବାକୁ କହିକି ଯୁବ ଓ ଛାତ୍ର ଙ୍କୁ ବେକାର କଲେ, ଗଲା କିଛିମାସ ହେବ କୃଷି ବିଲ କୁ ଲାଗୁ କରି କୃଷକ ଙ୍କ ଉପରେ ଅତ୍ୟାଚାର କରିବା ସହ ଶହଶହ କୃଷକ ଆତ୍ମହତ୍ୟା କୁ ବି ନଜର ଅନ୍ଦାଜ କରୁଛିନ୍ତି ମୋଦି ସରକାର |ଏବେ କୋଭିଡ ପରିସ୍ଥିତି ସମୟ ରେ ଲୋକ ଖାଇବାକୁ ପାଉନଥିବା ବେଳେ ମୂର୍ଖ-ଗଣ୍ଡ ମୋଦି ସରକାର ତେଲ ଦର ବଢ଼େଇ ଚାଲିଛନ୍ତି | ମୋଦି ସରକାର ଦେଶ ର ଅର୍ଥନୀତି କୁ ବର୍ବାଦ କରିବା ସହ ଗରିବ ଜନତା ଙ୍କ ରକ୍ତ ଶୋଷିବାରେ ମଜା ନେଉଛନ୍ତି | ଉଭୟ ମୋଦି ଓ ନବୀନ ସରକାର ଦେଶର ଗରିବ ଜନସାଧାରଣ ଙ୍କ ଆତ୍ମହତ୍ୟା କୁ ଦେଖିବାକୁ ଭଲ ପାଉଛନ୍ତି ବୋଲି କହିଥିଲେ |