
ଭୁବନେଶ୍ୱର, ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା କରିବାକୁ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ବିଧାନସଭାରେ ଦାବି କରିଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଭଦ୍ରକର ପଡୋଶୀ ଜିଲ୍ଲା ମାନଙ୍କରେ ମେଡିକାଲ କଲେଜ ସ୍ଥାପନା ପାଇଁ ନିଷ୍ପତି ଗ୍ରହଣ କରା ଯାଇଥିବା ବେଳେ ଭଦ୍ରକ ପାଇଁ ନିଷ୍ପତି ଗ୍ରହଣ କରା ଯାଇ ନାହିଁ । ସେ କହିଛନ୍ତି ଯେ ୨୦୦୯ରୁ ଭଦ୍ରକର ଜନସାଧାରଣ ଏଥି ପାଇଁ ଦାବି କରି ଆସୁଛନ୍ତି ।