ଭୁବନେଶ୍ୱର,କଟକ ସହରରେ ବିଭିନ୍ନ କାମ ଅଧା ପନ୍ତରିଆ ହୋଇ ପଡିଥିବା କାରଣରୁ ଲୋକ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏହି କାମକୁ ଶୀଘ୍ର ସାରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦେଶ ଦେବାକୁ ଦାବି କରିଛନ୍ତି କଟକ ବାରବାଟୀ ବିଧାୟକ ମୋହମ୍ମଦ ମୋକିମ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ କଟକରେ ସିବରେଜ, ଡ୍ରେନେଜ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛି । ତେଣୁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତି ତାଗିଦ କରନ୍ତୁ ଯାହା ଫଳରେ ସେ ଉଚ୍ଚସ୍ତରୀୟ କମିଟି ଗଠନ କରନ୍ତୁ ଏବଂ ଏହା ଦ୍ୱାରା କିପରି କାମ ଶୀଘ୍ର ସରିବ ତାହା ସୁନିଶ୍ଚିତ କରନ୍ତୁ ।