ଭୁବନେଶ୍ୱର, ଚକ୍ରଧରପୁର ଓ ବିଳାସପୁର ଡିଭିଜନରେ ଥିବା ଓଡିଶାର ଅଂଚଳରୁ ପୂର୍ବ ତଟ ରେଳବାଇକୁ ଅଣା ଯିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ପ୍ରୀତିରଂଜନ ଘଡାଇ । ସେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଓଡିଶାର ଅନେକ ଅଂଚଳ ଏହି ଦୁଇ ରେଳବାଇ ଡିଭିଜନରେ ରହିଛି । ତେଣୁ ଏହି ଅଂଚଳ ଗୁଡିକୁ ପୂର୍ବ ତଟ ରେଳବାଇକୁ ଆଣିବାକୁ ରେ ରେଳବାଇକୁ ବିଧିବଦ୍ଧ ଭାବେ ଦାବି କରିବାର ଆବଶ୍ୟକତା ରହିଛି ।