

ଶ୍ରୀ ମିଶ୍ର କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରୀ ବର୍ତମାନ କହୁଛନ୍ତି ଯେ ଏହାକୁ ଜିଏସଟି ମଧ୍ୟରେ ଅଣା ଯିବା ଆବଶ୍ୟକ । ଯଦି ଆବଶ୍ୟକ ତା ହେଲେ ଏହି କାମ କରିବ କିଏ । ସେ ନିଜେ ସରକାରରେ ଅଛନ୍ତି । ତେଣୁ ଏହାକୁ କରିବାର ଦାୟିତ୍ୱ ତାଙ୍କର । କେବଳ କହିଲେ କଣ ହେବ ବୋଲି ସେ କହିଛନ୍ତିା
ଅନ୍ୟ ପକ୍ଷରେ ବିଜେପି ବିଧାୟକ ଦଳର ଉପ ନେତା ବିଷ୍ଣୁ ସେଠୀ କହିଥିଲେ ଯେ ଗୃହରେ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରା ଯାଇଛି । ସେ କହିଥିଲେ ଯେ ଡୋକଲାମରେ ଯିଏ ଚୀନର ସୈନିକ ମାନଙ୍କୁ ରୋକିଲା ସେ ଦେଶଦ୍ରୋହୀ ନା ଯିଏ ଚୀନକୁ ଜମି ଦେଇ ଦେଲା ସେ ଦେଶଦ୍ରୋହୀ । ଯିଏ ଆକ୍ରମଣର ଶୀକାର ହେବା ପରେ ଚୁପ ରହୁଥିଲା ସେ ଦେଶଦ୍ରୋହୀ ନା ଯିଏ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲା ସେ ଦେଶ ଦ୍ରୋହୀ ବୋଲି ସେ ପ୍ରଶ୍ନ କରିଥିଲେ ।