
ଭୁବନେଶ୍ୱର, କେବିକେ ଅଂଚଳରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା ଦାବି   ଶନିବାର ଦିନ ବିଧାନସଭାରେ ଉଠିଛି । କଂଗ୍ରେସ ବିଧାୟକ ଦଳର ନେତା  ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଛନ୍ତି ଯେ ୨୦୧୪ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିକେ ଅଂଚଳରେ  କୃଷି ବିଶ୍ୱବିଦ୍ୟାଳୟ ଗଠନ କରିବା ସମ୍ପର୍କରେ ଘୋଷଣା କରିଥିଲେ । ଏହା ପରେ ସାତ ବର୍ଷ ବିତି ଗଲାଣି । ତେବେ କୃଷି ବିଦ୍ୟାଳୟର ସ୍ଥାପନା କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ  କରିଥିଲେ ।