କେନ୍ଦ୍ରାପଡ଼ା – ଅକ୍ଟୋବର ୧ତାରିଖ ବରିÂ ନାଗରିକ ଦିବସ ପାଳନ କରିବାରେ ଅବହେଳା ଖାମ୍ ଖିଆଲ୍ ନୀତି ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏକ ଅଭିଯୋଗ ପତ୍ର ସଂସ୍କୃତି ବିଭାଗ ମନ୍ତ୍ରୀ ଓ ସଂସ୍କୃତି ବିଭାଗ ସଚୀବଙ୍କ ନିକଟକୁ ପଠାଯାଇ ଏହାର ସ୍ଥାୟୀ ସମାଧାନ ଦାବି କରାଯାଇଛି । ଦାବୀ ମୁତାବକ ବରିÂ ନାଗରିକ ଦିବସ ପାଳନ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟକୁ ୩ଲକ୍ଷ ଟଙ୍କାର ଅନୁଦାନ ପଠାଯାଇଥିଲା । ଜିଲ୍ଲା ପ୍ରଶାସନ ପ୍ରତି ବ୍ଲକକୁ ୩୦ ହଜାର ଲେଖାଏଁ, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାକୁ ୩୦ ହଜାର ଟଙ୍କା ବଂଟନ କରିଥିଲେ । ମାତ୍ର ଜିଲ୍ଲାର ବ୍ଲକ ପ୍ରଶାସନ ଗୁଡିକ ଏହି ଦିବସକୁ ଖାମ୍ଖିଆଲି ଭାବରେ କେବଳ ଭତା ନେଉଥିବା ହିତାଧିକାରୀମାନଙ୍କୁ ଡାକି ନାମକୁ ମାତ୍ର ପାଳନ କରିଛନ୍ତି । ସେହିଭଳି କେନ୍ଦ୍ରାପଡା ପୈାରସଂସ୍ଥା ସରକାରୀ ଗାଇଡ୍ ଲାଇନ୍କୁ ଅବହେଳା କରି କେବଳ ଭତା ହିତାଧିକାରୀମାନଙ୍କ ଦ୍ୱାରା ଏହି ଦିବସ ପାଳନ କରି ନିଜର ଦାୟିତ୍ୱ ସାରିଦେଇଛି । ମାତ୍ର ଜିଲ୍ଲା କେନ୍ଦ୍ରରେ ରହୁଥିବା ଶହ ଶହ ବରିÂ ନାଗରିକ, ବୃଦ୍ଧିଜୀବି ଓ ସମାଜସେବୀମାନେ ଏହି ଦିବସ ପାଳନ ବିଷୟରେ କିଛି ଜାଣିପାରିବେ ନାହିଁ କିମ୍ବା ପୈାରସଂସ୍ଥା ପକ୍ଷରୁ ଏହାକୁ ଏକ ସ୍ମରଣୀୟ ଦିନ ଭାବେ ପାଳନ କରାଗଲା ନାହିଁ କିମ୍ବା କାହାରିକୁ ସୂଚନା ଦିଆଗଲା ନାହିଁ । ଏଭଳି ଅବ୍ୟବସ୍ଥାକୁ ନେଇ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପ୍ରତିବାଦ ପତ୍ର ପ୍ରଦାନ କରିବା ସହ ଆସନ୍ତା ବର୍ଷଠାରୁ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ରାଜ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଓ ସଚ୍ଚିବଙ୍କଠାରେ ଦାବି କରିଛନ୍ତି । ସଂଘର ସଂପାଦକ କରୁଣାକର ଦାସ ଏହି ପ୍ରତିବାଦ ପତ୍ର ଉଭୟଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024