ଭୁବନେଶ୍ୱର,ବଲାଙ୍ଗୀର ଜିଲ୍ଲାର ଲୋଇସିଂହାକୁ ଏନଏସିରେ ପରିଣତ କରିବାକୁ ସେଠାରେ ସ୍ଥାନୀୟ ଲୋକ ମାନେ ଆନ୍ଦୋଳନ କରୁଛନ୍ତି । ଲୋକ ମାନଙ୍କର ଏହି ଦାବିକୁ ନେଇ ଆନ୍ଦୋଳନ କରୁଥିବା ବେଳେ ସରକାର ଏହି ଦାବି ଉପରେ ବିଚାର କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ଏହି ଦାବି ନେଇ ଲୋକ ମାନେ ଆନ୍ଦୋଳନ କରୁଛନ୍ତି । ତେଣୁ ସରକାର ତାଙ୍କର ଦାବିକୁ ବିଚାର କରିବା ଆବଶ୍ୟକ ।