ଭୁବନେଶ୍ୱର,କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କୁ ମାସିକ ଭତା ୫ ହଜାର ଟଙ୍କାରୁ ବଢାଇ ୬ ହଜାର କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ତିନି ହଜାର ଟଙ୍କା କାହିଁକି ପ୍ରଦାନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଗତ ୨୦୧୮ ମସିହାରୁ କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କର ପାଇଁ ଭତାକୁ ମାସିକ ୫ ହଜାର ଟଙ୍କାରୁ ବଢାଇ ୬ ହଜାର ଟଙ୍କା କରି ସାରିଛନ୍ତି । ମାତ୍ର ଏହା ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାର ସେମାନଙ୍କୁ ଏବେ ମଧ୍ୟ ତିନି ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଏହା ଦ୍ୱାରା ସେମାନେ ଶୋଷଣର ଶୀକାର ହେଉଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ନାଏକ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।