ନୂଆଦିଲ୍ଲୀ,ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ଅବଲମ୍ବନ କରିବା ନିମନ୍ତେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ନିୟମାବଳୀକୁ ୩୧.୦୩.୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) ଆଜି ଏକ ନିର୍ଦ୍ଦେଶାବଳୀ ଜାରି କରିଛି ।ସକ୍ରିୟ ଏବଂ ନୂତନ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଭାବେ ହ୍ରାସ ପାଇଥିବାବେଳେ ମହାମାରୀକୁ ସମ୍ପୂର୍ଣ୍ଣରୂପେ ଦୂର କରିବା ପାଇଁ ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ବଳବତ୍ତର ରଖିବା ଆବଶ୍ୟକ ।ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସେମାନଙ୍କ ଲୋକସଂଖ୍ୟା ଦୃଷ୍ଟିରୁ ଲକ୍ଷ୍ୟ ରଖାଯାଇଥିବା ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ସହିତ ମହାମାରୀ ସଙ୍କଟକୁ ଦୂର କରିହେବ ।ତଦନୁସାରେ, ଅବରୋଧ କ୍ଷେତ୍ରଗୁଡିକୁ ସାବଧାନତାର ସହିତ ଚିହ୍ନଟ କରିହେବ । ଏହି କ୍ଷେତ୍ରଗୁଡ଼ିକରେ ନିର୍ଦ୍ଦିଷ୍ଟ ଅବରୋଧ ପଦକ୍ଷେପଗୁଡିକୁ କଠୋର ଭାବରେ ପାଳନ କରାଯାଇପାରିବ । ଫଳରେ କୋଭିଡ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ଓ ବିଭିନ୍ନ ଅନୁମତିପ୍ରାପ୍ତ କାର୍ଯ୍ୟକଳାପଗୁଡିକ ଉପରେ ଥିବା ନିର୍ଦ୍ଦିଷ୍ଟ ମାନକ ସଂଚାଳନ ପଦ୍ଧତି (ଏସଓପି)କୁ କଠୋର ଭାବରେ ଅନୁସରଣ କରାଯାଇପାରିବ ।ସେଥିପାଇଁ ୨୭.୦୧.୨୦୨୧ରେ ଜାରି କରାଯାଇଥିବା ନିୟମାବଳୀରେ ଧାର୍ଯ୍ୟ କରାଯାଇଥିବା ନିରୀକ୍ଷଣ, ଅବରୋଧ ଏବଂ ନିର୍ଦ୍ଦେଶାବଳୀ/ଏସଓପିଗୁଡିକୁ କଡାକଡି ପାଳନ କରିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ପାଇଁ ଅତି ଆବଶ୍ୟକ ।ସମ୍ପ୍ରତି ଜାତୀୟ ଶିକ୍ଷା ନୀତିରେ କ୍ରୀଡାକୁ ଉଚ୍ଚ ସ୍ଥାନ ଦିଆଯାଇଛି – ପ୍ରଧାନମନ୍ତ୍ରୀଯୁବ କ୍ରୀଡ଼ାବିତ୍ମାନଙ୍କୁ ମନେ ରଖିବାକୁ କହିଥିଲେ ଯେ ସେମାନେ ଆତ୍ମ ନିର୍ଭର ଭାରତର ଆମ୍ବାସାଡର ଅଟନ୍ତିନୂଆଦିଲ୍ଲୀ,୨୭ ଫେବୃଆରୀ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାକୁ ଉଦବୋଧନ ଦେଇଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖେଲୋ ଇଣ୍ଡିଆ ତତକାଳୀନ କ୍ରୀଡାର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି । ଶୀତକାଳୀନ କ୍ରୀଡାରେ ଭାରତର ପ୍ରଭାବଶାଳୀ ଉପସ୍ଥିତି ସହିତ ଜାମ୍ମୁ କାଶ୍ମୀରକୁ ଏକ ପ୍ରମୁଖ ହବ୍ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ । ସେ ଜାମ୍ମୁ କାଶ୍ମୀରର ଖେଳାଳି ତଥା ଦେଶର ବିଭିନ୍ନ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରୁ ଏହି ଶୀତକାଳୀନ ଖେଳରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ଯାହା ଶୀତକାଳୀନ ଖେଳ ପ୍ରତି ଉତ୍ସାହକୁ ଦର୍ଶାଉଛି । ସେ କହିଛନ୍ତି ଯେ ଏହି ଶୀତକାଳୀନ ଖେଳଗୁଡିକର ଅଭିଜ୍ଞତା ଖେଳାଳିମାନଙ୍କୁ ଶୀତକାଳୀନ ଅଲମ୍ପିକ୍ସରେ ଅଂଶଗ୍ରହଣ ସମୟରେ ସାହାର୍ଯ୍ୟ କରିବ । ଜାମ୍ମୁ କାଶ୍ମୀରରେ ଶୀତକାଳୀନ ଖେଳ ଏକ ନୂତନ ଖେଳ ବ୍ୟବସ୍ଥାର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଆବେଗ ଏବଂ ଉତ୍ସାହ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି କ୍ରୀଡା ଏକ କ୍ଷେତ୍ର ହୋଇପାରିଛି ଯେଉଁଠାରେ ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କର କ୍ରୀଡା ପ୍ରତିଭା ପ୍ରଦର୍ଶନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ରୀଡ଼ାର ଏକ ବିଶ୍ୱସ୍ତରୀୟ ଦିଗ ରହିଛି ଏବଂ ଏହି ଦୃଷ୍ଟିକୋଣ କ୍ରୀଡ଼ା ବ୍ୟବସ୍ଥାରେ ସମ୍ପ୍ରତି ସଂସ୍କାରର ମାର୍ଗଦର୍ଶନ କରୁଛି । ଖେଲୋ ଇଣ୍ଡିଆ ଅଭିଯାନ ଠାରୁ ଅଲିମ୍ପିକ୍ ପୋଡିୟମ୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ସାମଗ୍ରିକ ଉପାୟ ଅଛି । କ୍ରୀଡ଼ା ବୃତ୍ତିଧାରୀଙ୍କ ହାତ ଧରି ତୃଣମୂଳ ସ୍ତରରେ ପ୍ରତିଭା ମାନ୍ୟତା ଠାରୁ ଆରମ୍ଭ କରି ସେମାନଙ୍କୁ ସର୍ବୋଚ୍ଚ ବିଶ୍ୱ ପ୍ଲାଟଫର୍ମକୁ ଆଣିବା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି । ପ୍ରତିଭା ମାନ୍ୟତା ଠାରୁ ଆରମ୍ଭ କରି ଦଳ ଚୟନ ପର୍ଯ୍ୟନ୍ତ ସ୍ୱଚ୍ଛତା ହେଉଛି ସରକାରଙ୍କ ପ୍ରାଥମିକତା । କ୍ରୀଡ଼ାବିତ୍ଙ୍କ ସମ୍ମାନ ଏବଂ ସେମାନଙ୍କର ଅବଦାନର ସ୍ୱୀକୃତି ନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସମ୍ପ୍ରତି ଜାତୀୟ ଶିକ୍ଷା ନୀତିରେ କ୍ରୀଡାକୁ ଉଚ୍ଚ ସ୍ଥାନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କ୍ରୀଡା, ଯାହା ପୂର୍ବରୁ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଭାବରେ ବିବେଚନା କରାଯାଉଥିଲା, ତାହା ବର୍ତ୍ତମାନ ପାଠ୍ୟକ୍ରମର ଏକ ଅଂଶ ଭାବରେ ଗ୍ରହଣ କରାଯାଉଛି ଏବଂ ପିଲାମାନଙ୍କ ଶିକ୍ଷାରେ କ୍ରୀଡ଼ାର ଗ୍ରେଡ୍ ଗଣନା କରାଯିବ । କ୍ରୀଡ଼ା ପାଇଁ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଗଠନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । କ୍ରୀଡା ବିଜ୍ଞାନ ଏବଂ କ୍ରୀଡା ପରିଚାଳନାକୁ ବିଦ୍ୟାଳୟ ସ୍ତରକୁ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି କାରଣ ଏହା ଯୁବପଢୀଙ୍କ କ୍ୟାରିୟରର ଆଶାକୁ ବିକଶିତ କରିବ ଏବଂ କ୍ରୀଡ଼ା ଅର୍ଥନୀତିରେ ଭାରତର ଉପସ୍ଥିତି ଜାହିର କରିପାରିବ ।ଶ୍ରୀ ମୋଦୀ ଯୁବ କ୍ରୀଡ଼ାବିତ୍ମାନଙ୍କୁ ମନେ ରଖିବାକୁ କହିଥିଲେ ଯେ ସେମାନେ ଆତ୍ମ ନିର୍ଭର ଭାରତର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି । କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନ ମାଧ୍ୟମରେ ବିଶ୍ୱ ଭାରତର ମୂଲ୍ୟାଙ୍କନ କରୁଥିବା କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ ।