ଜି.ଏସ୍.ଟି ସରଳୀକରଣ,ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦୀ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତା ମାନ(ଏଫ୍ ଏସ୍ ଏସ୍ ଆଇ) ଆଇନରେ ଥିବା କଠୋର ଫାଇନ୍ ଆଦାୟ ଆଦି ପ୍ରତିହାର ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଙ୍ଗଠନ ତରଫରୁ ଆଜି ହୋଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବେଲଗୁଣ୍ଠା ସହରର ଦେଖିବାକୁ ମିଳିଛି ।ଆଜି ବେଲଗୁଣ୍ଠା ସହରର ସମସ୍ତ ବ୍ୟବସାୟୀ ଏହାକୁ ସ୍ୱତଃ ପ୍ରବୃତ୍ତ ଭାବରେ ସମର୍ଥନ କରି ନିଜ ନିଜ ବାଣିଜ୍ୟିକ ଅନୁଷ୍ଠାନ ବନ୍ଦ ରଖିଥିଲେ ।ଦୁଇ ଦିନ ପୁର୍ବରୁ ବଣିକ ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ କରାଯାଇ ସମସ୍ତ ବ୍ୟବସାୟୀ ମାନଙ୍କୁ ଏ ବିଷୟରେ ଅବଗତ କରାଇବା ସହ ସମସ୍ତଙ୍କ ସମର୍ଥନ ଲୋଡାଯାଥିଲା ।ଆଜି ବଣିକ ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁ,ଉପସଭାପତି ସନ୍ନତ କୁମାର ସୁବୁଦ୍ଧି,ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ପ୍ରଭାତ କୁମାର ସାହୁ ,କୋଷାଧ୍ୟକ୍ଷ କେ.ବୁଲୁ ପାତ୍ରଙ୍କ ନେତୃତ୍ୱରେ ବଣିକ ସଂଘ ତରଫରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ବ୍ୟବସାୟୀ ମାରଣ ନୀତିକୁ ବିରୋଧରେ କରି ସ୍ଲୋଗାନ ଦିଆଯାଇଥିଲା ଏବଂ ବେଲଗୁଣ୍ଠା ସହର ପରିକ୍ରମା କରି ସମସ୍ତ ବ୍ୟବସାୟୀ ମାନଙ୍କୁ ଦୋକାନ ବନ୍ଦ କରିବା ଏବଂ ଏହି ବନ୍ଦ କୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।୨୦୧୭ରେ ଜି.ଏସ୍.ଟି ଲାଗୁ ହେବା ପରଠାରୁ କେନ୍ଦ୍ର ସରକାର ନିଜ ଇଛା ମୁତାବକ ଆଇନକୁ ବାରମ୍ବାର ପରିବର୍ତ୍ତନ କରିବା,ଟିକସ ଦାଖଲ ହେଉ କିମ୍ବା ପଞ୍ଜିକୃତ ବ୍ୟବସାୟୀ ଙ୍କ କ୍ରୟ ,ବିକ୍ରୟ କ୍ଷେତ୍ରରେ କିଛି ମାତ୍ରାରେ ଭୁଲ୍ ହେଲେ ଆର୍ଥିକ ଦଣ୍ଡ ବିଧାନ କରିବା,ଅନ୍ ଲାଇନ୍ ବ୍ୟବସାୟୀଙ୍କ ପାଇଁ କୌଣସି ଆଇନ ପ୍ରଣୟନ ନ କରିବା,ଏଫ୍.ଏସ୍.ଏସ୍.ଆଇ ରେ ପ୍ରତିବର୍ଷ ପଞ୍ଜୀକୃତ କରିବା ଏବଂ ପଞ୍ଜିକରଣର ନିର୍ଦ୍ଦିଷ୍ଟ ତାରିଖରୁ ବିଳମ୍ବ ହେଲେ ପ୍ରତିଦିନ ୧୦୦ଟଙ୍କା ଲେଖାଏଁ ଜୋରିମନା ବ୍ୟବସ୍ଥା ଆଦିକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବେଲଗୁଣ୍ଠା ବଣିକ ସଂଘ ତରଫରୁ ତହସିଲଦାର ସରୋଜ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ବଣିକ ସଂଘ ଉପଦେଷ୍ଟା ଲିଙ୍ଗରାଜ ପାତ୍ର,ଲୁଗା ବ୍ୟବସାୟୀ ସଂଘ ସଭାପତି ଜିତେନ୍ଦ୍ର ସୁବୁଦ୍ଧି,ଭି.ଗୋପାଳ ପାତ୍ରଙ୍କ ସହ ବେଲଗୁଣ୍ଠା ସହରର ସମସ୍ତ ବ୍ୟବସାୟୀ ଯୋଗ ଦେଇ ବନ୍ଦକୁ ସଫଳ କରିଥିଲେ ।
Related Stories
November 23, 2024