ସ୍ବେଛାସେବୀ ସଂଗଠନ ମାରୁତି ସେନାର କାର୍ଯ୍ୟକାରିଣୀ ବୈଠକ ଗୁଣ୍ଡିଚା ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ରାଜ୍ୟ ସଭାପତି ପପୁ ଦଳବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ |ସମ୍ପାଦିକା ଇତିଶ୍ରୀ ସବିତା ମହାନ୍ତି କାର୍ଯ୍ୟକ୍ରମ ର ରୂପରେଖ ବର୍ଣ୍ଣନା କରିଥିଲେ |ଉପଦେଷ୍ଟା ନୟନ ମଣି ଦେବୀ, ସୁରେନ୍ଦ୍ର ନାଥ ଦଳବେହେରା, ସାମାଜିକ କର୍ମି ଶ୍ୟାମ ପ୍ରକାଶ ସେନାପତି, ସଂଗଠକ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ ବ୍ୟକ୍ତବ୍ୟ ରଖିଥିଲେ |ସାଧାରଣ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସମାଜକୁ କିଛି ନୂଆ ବାର୍ତ୍ତା ପ୍ରଦାନ କରିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଏବଂ ନ୍ୟାୟରେ ଥିବା ଏକ ସଂଗଠନ ହେଉଛି ମାରୁତି ସେନା ବୋଲି ପ୍ରକାଶ କରିବା ସହିତ ଏହି ଅନୁଷ୍ଠାନ ବିଗତ ଦିନ ମାନଙ୍କରେ ବୃକ୍ଷ ରୋପଣ, ରକ୍ତଦାନ, ଗୋ ସୁରକ୍ଷା ଦିଗରେ କାର୍ଯ୍ୟକରି ପ୍ରଶଂସିତ ହୋଇଛି ବୋଲି ପ୍ରକାଶ କରିଥିଲେ |ଏହି ଅବସରରେ ମହିଳା ସ୍ୱାସ୍ଥ୍ୟ କର୍ମି ସୁକାନ୍ତି ବାରିକ ଙ୍କୁ କରୋନା ଯୋଦ୍ଧା ସଂମାନରେ ସଂମ୍ମାନିତ କରାଯାଇଥିଲା |ଏଥି ସହିତ ମୃତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟ ଶରୀରରେ ଅମର ରହିବା ଏବଂ ନୂଆ ଏକ ଉଦାହରଣ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ମାଧ୍ୟମରେ ନିଆରା ପ୍ରୟାସ ଥିଲା |ଏହି କାର୍ଯ୍ୟକ୍ରମ ରେ ପ୍ରତିଜିଲ୍ଲାରୁ ପ୍ରାୟ ୨୫୦ ପ୍ରତିନିଧି ଯୋଗଦେବା ସହିତ ସଭାପତି ଓ ସମ୍ପାଦକ ସେମାନଙ୍କର ମତ ରଖିଥିଲେ |କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀଧର ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ ସାହୁ,ଅନିଲ ସ୍ୱାଇଁ,ପ୍ରଦୀପ ମହାପାତ୍ର ଓ ସତ୍ୟପ୍ରକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ |
Related Stories
November 23, 2024