-
ଶ୍ରୀମନ୍ଦିର ପ୍ରଶାସକ ଙ୍କ ଉଦେଶ୍ୟରେ ଦୁଇଦଫା ଯୁକ୍ତ ଦାବିପତ୍ର ପ୍ରଦାନ,
ଦିବା ୧୧ ଘଂଟିକା ସମୟରେ ପୁରୀଜିଲ୍ଲା ଭିଟାମାଟି ଅଧିକାର ମଞ୍ଚ ତରଫରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରାଉ କରାଯାଇଛି |୨୦୦୩ ମସିହାରୁ ଲାଗୁକରାଯାଇଥିବା ୟୁନିଫାଏଡ଼ ପଲିସୀ କୁ କାର୍ଯ୍ୟକାରୀ ନ କରି ଏବଂ ପୁରୀ ସହର ତଥା ଗ୍ରାମାଞ୍ଚଳ ର ଲୋକମାନେ ରେଜିଷ୍ଟ୍ରି କରି ଶ୍ରୀମନ୍ଦିର କୁ ଅର୍ଥ ଦେବାକୁ ଦରଖାସ୍ତ କରିଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ମନଇଚ୍ଛା ରେଜିଷ୍ଟି କାର୍ଯ୍ୟକୁ ବନ୍ଦ କରିଦେଲେ ଏବଂ ୨୦୧୯ ର ନୂତନ ୟୁନିଫାଏଡ଼ ପଲିସି ମାଧ୍ୟମରେ ବର୍ତ୍ତମାନ ବେଞ୍ଚ ମାର୍କ ଭାଲୁଏସନ ରେ ଟଙ୍କା ଡିପୋଜିଟ କରିବାକୁ ନୋଟିସ କରିଛନ୍ତି |ଏଭଳି ବ୍ୟବସ୍ଥା କୁ ଭିଟାମାଟି ଅଧିକାର ମଞ୍ଚ ଘୋର ବିରୋଧ କରି ଶ୍ରୀମନ୍ଦିର ପ୍ରଶାସକ ଙ୍କ ଉଦେଶ୍ୟରେ ଦୁଇଦଫା ଯୁକ୍ତ ଦାବିପତ୍ର ପ୍ରଦାନ କରାଯାଇଛି |
ଉକ୍ତ ଘେରାଉର ଆବାହକ ଆଡ଼ଭୋକେଟ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର,ଆଡ଼ଭୋକେଟ ସ୍ମୃତି ରଞ୍ଜନ ପତି, ବ୍ରହ୍ମଗିରି ର ଭୀମସେନ ସ୍ୱାଇଁ,ପବିତ୍ର ମୋହନ ଦଳେଇ, ଗତିକୃଷ୍ଣ ଦାସ, ଘନଶ୍ୟାମ ସାହୁ, ରାଜକିଶୋର ଲାଠି, ବନ୍ଦାଳ ର ଦୀନବନ୍ଧୁ ପ୍ରଧାନ, ବିଦ୍ୟାଧର ଦଳେଇ, ପୁରୀ ପୌରପରିଷଦ ର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଗୌରହରୀ ପ୍ରଧାନ, ରତ୍ନାକର ଦାସ, ନରୋତ୍ତମ ସିଂ ଙ୍କ ନେତୃତ୍ୱ ରେ ଆମ୍ବପଡା, ତନ୍ତୀକେରୋ, ଗୋପାଳ ପୁର, ସମଗରା ଗ୍ରାମର ଅନେକ ବ୍ୟକ୍ତିତ୍ୱ ଏହି ଘେରାଉ ରେ ସାମିଲ ହୋଇଥିଲେ