
ଶୁକ୍ରବାର ୧୦ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଚାପମାଣିକ ଗ୍ରାମ ପଞ୍ଚାୟତ କାଶିଝରିଆ (ମୋଟୋ) ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣଧୀନ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି । ଶ୍ରୀ ଦାସବର୍ମା ବିଦ୍ୟାଳୟ କାର୍ଯ୍ୟକୁ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି ଏବଂ ମୋଟୋ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ଗସ୍ତ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ସଖାଂଳୀ ବେହେରା, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ଗୁମାନ ସିଂ, ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଞ୍ଜିନିୟର ଅଶୋକ କୁମାର ରଥ, ପଲଙ୍କ ପଞ୍ଚାୟତ ସମିତି ସଭ୍ୟ ଭରତ ବେହେରା ମୋଟୋ ଗ୍ରାମ ସଭାପତି ସନାତନ ବେହେରା ଉପସ୍ଥିତ ଥିଲେ ।