ମେଳା ସମ୍ପର୍କରେ ଏହି ମେଳା ଫେବୃୟାରୀ ୨୭ରୁ ମାର୍ଚ୍ଚ ଦୁଇ ତାରିଖ ମଧ୍ୟରେ ଆୟୋଜିତ ହେବ । ସମସ୍ତ ଅଂଶଗ୍ରହଣକାରୀ ଯଥା କ୍ରେତା, ବିକ୍ରେତା, ବିଦ୍ୟାର୍ଥୀ, ଶିକ୍ଷକ, ଡିଜାଇନର ଭର୍ଚୁଆଲ ଫ୍ଲାଟଫର୍ମରେ ଏକତ୍ରିତ ହୋଇ ଖେଳଣା ଶିଳ୍ପର ବିକାଶ ଉପରେ ନିଜ ନିଜ ମତମତ ରଖିବେ । ଏହି ପ୍ଲାଟଫର୍ମ ଜରିଆରେ ସରକାର ଓ ଶିଳ୍ପ ସଂସ୍ଥା ଏକାଠି ଭାରତ ଭବିଷ୍ୟତରେ କିପରି ଖେଳଣା ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଭୂମିକା ନେବ ତଥା ଏ ଦିଗରେ ପୁଞ୍ଜିନିବେଶ ଓ ରପ୍ତାନୀ ବୃଦ୍ଧି ଇତ୍ୟାଦି ନେଇ ଆଲୋଚନା କରିବେ ।
୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଏକ ହଜାରରୁ ଅଧିକ ପ୍ରଦର୍ଶକ ସେମାନଙ୍କ ସାମଗ୍ରୀର ଇ-କମର୍ସ ଜରିଆରେ ଭର୍ଚ୍ୟୁଆଲ ପ୍ରଦର୍ଶନ କରିବେ । ଏଥିରେ ଭାରତୀୟ ପାରମ୍ପରିକ ଖେଳନା ବ୍ୟତୀତ ଆଧୁନିକ ଖେଳନା ଯଥା ଇଲେକ୍ଟୋନିକ ଖେଳନା, ତୁଳା ଓ ପଶମ ଖେଳନା, ପଜଲ ଓ ଗେମ୍ସ ଜାତୀୟ ଖେଳନା ପ୍ରଦର୍ଶିତ ହେବ । ଏଥିପାଇଁ ଆୟୋଜିତ ହେବାକୁ ଥିବା ୱେବିନାର ଓ ପାଜେଲ ଡିସ୍କସନରେ ବହୁ ବିଶିଷ୍ଟ ଜାତୀୟ ଓ ଆନ୍ତର୍ଜାତୀୟ ବକ୍ତା ଭାଗ ନେବେ । ଅନେକ ପ୍ରକାର କାର୍ଯ୍ୟକଳାପ ନିମନ୍ତେ ପିଲାମାନଙ୍କ ପାଇଁ ଏହି ମେଳା ଏକ ଅପୂର୍ବ ସୁଯୋଗ ଆଣିଦେବ ।