ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତାମିଲନାଡ଼ୁସ୍ଥିତ ଡ. ଏମ.ଜି.ଆର. ମେଡିକାଲ କଲେଜର ୩୩ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ । ଏହି ସମାବର୍ତନ ସମାରୋହରେ ମୋଟ ୧୭,୫୯୧ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରଦାନ କରାଯିବ । ଏହି ଅବସରରେ ତାମିଲନାଡୁ ରାଜ୍ୟପାଳ ଉପସ୍ଥିତ ରହିବେ ।ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ.ଜି.ରାମଚନ୍ଦ୍ରନଙ୍କ ନାମରେ ବିଶ୍ୱବିଦ୍ୟାଳୟର ନାମକରଣ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ମୋଟ ୬୮୬ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଥିରେ ଭେଷଜ, ଦନ୍ତ ଚିକିତ୍ସା, ଫାର୍ମାସୀ, ନର୍ସିଂ, ଆୟୁଷ, ଫିଜିଓଥେରାପି, ଅକୁପେସନାଲ ଚିକିତ୍ସା ଏବଂ ସହାୟକ ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗ ଅନ୍ତର୍ଭୁକ୍ତ । ଏହି ଶିକ୍ଷାନୁଷ୍ଠାନଗୁଡିକ ତାମିଲନାଡୁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବ୍ୟାପି ରହିଛି । ଏଥିରେ ୪୧ଟି ମେଡିକାଲ୍ କଲେଜ, ୧୯ଟି ଡେଂଟାଲ୍ କଲେଜ, ୪୮ଟି ଆୟୁଷ କଲେଜ, ୧୯୯ଟି ନର୍ସିଂ କଲେଜ, ୮୧ଟି ଫାର୍ମାସୀ କଲେଜ ଏବଂ ଅବଶିଷ୍ଟ ବିଶେଷ ପୋଷ୍ଟ ଡକ୍ଟରାଲ ମେଡିକାଲ ଏବଂ / କିମ୍ବା ସହାୟକ ସ୍ୱାସ୍ଥ୍ୟ ଅନୁଷ୍ଠାନ ରହିଛି ।