ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଫାଷ୍ଟ ଗେଟ୍ ନିକଟରେ ଏକ ମୃତଦେହ ପଡିଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା । ଖବର ପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ମୃତକଙ୍କ ନାମ ଦୁର୍ଗା ପଣ୍ଡା । ତାଙ୍କ ଘର ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବି. ନୂଆଁପଲ୍ଲୀ ଗ୍ରାମରେ ବୋଲି ଜଣାପଡିଛି । ସେ ଗତ କିଛି ଦିନ ହେଲା ବ୍ରହ୍ମପୁରା ସହରର ପାଣିଗ୍ରାହି ପେଣ୍ଠରେ ଏକ ଘର ଭଡ଼ା ସୂତ୍ରରେ ନେଇ ରହୁଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରଯାଉଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।