
ବାଲେଶ୍ୱର, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଖଡ଼ିପଦା ଗାଁ ଶନିମନ୍ଦିରର କବାଟ ତାଲା ଭାଙ୍ଗି ୧ କେଜି ଓଜନର ରୂପା ମୁକୁଟ ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ଚୋରମାନେ ମନ୍ଦିର ମୁଖ୍ୟ ଫାଟର ତାଲା ଭାଙ୍ଗି ମନ୍ଦିର ଭିତରେ ପଶିବା ସହ ଠାକୁରଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ଏସବୁ ସୁନା ଓ ରୂପା ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।