ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ବାତଜ୍ୱର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ଆଗାମୀ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଔଷଧ ସେବନ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୨ ବର୍ଷ ବୟସରୁ ଉର୍ଦ୍ଧ୍ୱ ୩୫ ଲକ୍ଷ ୫୨ ହଜାର ୨୨୬ ଜଣଙ୍କୁ ଏହି ବଟିକା ଖାଇବାକୁ ଦିଆଯିବ । ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ଏହି ଔଷଧ ଖୁଆଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ : ପୁଇଁତଳା ବ୍ଲକ୍ ଉପାଧ୍ୟକ୍ଷ ଗିରଫ
ବଲାଙ୍ଗିର, ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କୁ ପୋଲିସ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।