ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ ଇଂରେଜ ମାନଙ୍କର ଶାସନ ବ୍ୟବସ୍ଥା ବେଳ ଠାରୁ ହିଁ ଗ୍ରାମ ରକ୍ଷୀ ମାନେ କାମ କରି ଆସୁଛନ୍ତି । ସେମାନେ ଗାଁର କୌଣସି ସମସ୍ୟା ଉତ୍ପନ୍ନ ହେଲେ ଏହାର ସମାଧାନ କରିବା ସହ ପୋଲିସ ପ୍ରଶାସନକୁ ଖବର ଦେଇଥାନ୍ତି । ସେମାନେ ମାସରେ ଚାରିଟି ଡ୍ୟୁଟି କରିଥାନ୍ତି ଓ ତାଙ୍କୁ ମାସିକ ୧୮ ଶହ ଟଙ୍କା ପାରିଶ୍ରମିକ ମିଳିଥାଏ । କିନ୍ତୁ ଏବେ ଦେଖା ଯାଉଛି ଯେ ଯେଉଁ ଗାଁରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଛି ସେଠାକାର ପଦକୁ ସମାପ୍ତ କରି ଦିଆ ଯାଉଛି । ଗ୍ରାମରକ୍ଷୀ ମାନେ ସେମାନଙ୍କୁ ସରକାରୀ ଚାକିରୀ ଭାବେ ମାନ୍ୟତା ପ୍ରଦାନ କରିବା, ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରିବା ଓ କାହାର ମୃତ୍ୟୁ ଘଟିଲେ ସେହି ପଦକୁ ସମାପ୍ତ ନ କରିବା ଆଦି ଦାବି କରୁଛନ୍ତି । ଏହି ପଦରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ମାନେ ସାଧାରଣ ଭାବେ ଅଛନ୍ତି । ତେଣୁ ସେମାନଙ୍କର ଦାବିକୁ ପୂରଣ କରିବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
Related Stories
November 24, 2024
November 24, 2024