

ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଆଜି ପ୍ରଦେଶ କଂଗ୍ରେସର ଓବିସି ସେଲର ସାଧାରଣ ପରିଷଦ ବୈଠକ ଡକା ଯାଇଥିଲା ଏହି କାର୍ଯ୍ୟକ୍ରମରେ ଓବିସି ସେଲର ଅଧ୍ୟକ୍ଷ ବିଷ୍ଣୁ ବାରିକ ପହଂଚିବା ପରେ ତାଙ୍କୁ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲା । ଏହି ଗୋଷ୍ଠୀ ପକ୍ଷରୁ କୁହା ଯାଇଥିଲା ଯେ ସେ ଦଳ ବିରୋଧୀ କାମ କରୁଛନ୍ତି । ତିର୍ତୋାଲ ଉପନିର୍ବାଚନରେ ବିଜେଡ଼ି ସହ ହାତ ମିଳାଇଥିବା ଅଭିଯୋଗ କରିଥିଲେ । ଶାସକ ଦଳ ସହ ମିଶି କଂଗ୍ରେସକୁ ହରାଇବାକୁ ଷଡ଼ଯନ୍ତ୍ର ହୋଇଥିବା କହି କଂଗ୍ରେସ ଭବନରେ ଏହି ବିବାଦ ହୋଇଥିଲା । ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା, ଏପରିକି ସାଧାରଣ ପରିଷଦ ବୈଠକ ପାଇଁ ହୋଇଥିବା ମଂଚକୁ ଅନ୍ୟ ଗୋଷ୍ଠୀ ଭାଙ୍ଗି ଦେଇଥିଲେ ।