

ଗୃହରେ ଅଚଳାବସ୍ଥାକୁ ଏଡାଇବା ପାଇଁ ଉପ ବାଚସ୍ପତି ଆଲୋଚନା ଲାଗି ସର୍ବଦଳୀୟ ବୈଠକ ଡାକିଥିଲେ । ଉପ ବାଚସ୍ପତି ପ୍ରଥମେ ୧୧.୫୯ରୁ ୧୨.୦୯ ଯାଏ ଦଶ ମିନିଟ ପାଇଁ ମୁଲତବୀ ରହିଥିଲା । ଏହା ପରେ ଗୃହର ବୈଠକ ହୋଇଥିଲେ । ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳକୁ ଜାରୀ ରଖିଥିଲେ । ଏଥିରୁ ନିବୃତ ରହି ଗୁରୁତ୍ୱପୂର୍ଣ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅନୁରୋଧ କରିଥିଲେ । ପରେ ଉପ ବାଚସ୍ପତି ନିଜ ଆସନରେ ଠିଆ ହୋଇ ଅନୁରୂପ ଭାବେ ସେମାନଙ୍କୁ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ । ସଂପୃକ୍ତ ସଭ୍ୟ ମାନେ ନିଜ ଜିଦରେ ଅଟଳ ରହିଥିଲେ । ଉପ ବାଚସ୍ପତି ୧୨.୧୫ରୁ ୧୨.୨୫ ଦଶ ମିନିଟ ପାଇଁ ମୁଲତବୀ ରଖିଥିଲେ । ପରେ ଅଧିଷ୍ଠାତା ମଣ୍ଡଳୀର ସଭ୍ୟ ଅଶ୍ୱିନୀ ପାତ୍ର ୧୨.୨୬ରୁ ୧୨.୩୧ରୁ ୧୨.୩୬ ଓ ଏହା ପରେ ଉପ ବାଚସ୍ପତି ମଧ୍ୟାହ୍ନ ଭୋଜନ ପର ଯାଏ ଗୃହକୁ ମୁଲତବୀ ରଖିଥିଲେ ।
ମୁଲତବୀ ଘୋଷଣା କରିବା ବେଳେ ଉପ ବାଚସ୍ପତି କହିଥିଲେ ଯେ ଚାଷୀଙ୍କ ସମସ୍ୟା, ସୀମା ବିବାଦ ଉପରେ ଯେଉଁ ସବୁ ପ୍ରଶ୍ନ ବିରୋଧୀ ଦଳ ପକ୍ଷରୁ ଉଠା ଯାଉଛି ତାହା ବାଚସ୍ପତିଙ୍କ ଠାରେ ଉପସ୍ଥାପିତ କରା ଯିବ । ଆଜି ହେବାକୁ ଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ଆସନ୍ତା କାଲି କରା ଯିବ ବୋଲି ବୈଠକରେ ନିଆ ଯାଇଥିବା ନିଷ୍ପତି ସମ୍ପର୍କରେ ସେ ସୂଚନା ଦେଇଥିଲେ ।