ଅପରପକ୍ଷରେ ଭୁବନେଶ୍ୱର ମହାନଗର ନିଗମ କମିଶନର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ନାଁରେ ଜୁଲମ କରିବା ଆରମ୍ଭ କରିଛନ୍ତି । ୭ ଦିନ ଭିତରେ ବିଏମ୍ସି କମିଶନର ହିଟଲରୀ ଶାସନ ପଦ୍ଧତି ନ ବଦଳାଇଲେ ବିଏମ୍ସି ଅଫିସ୍କୁ ଯୁବ କଂଗ୍ରେସ ପକ୍ଷରୁ ଅଚଳ କରିଦିଆଯିବ ବୋଲି ଡଃ ଲେଙ୍କା ଚେତାବନୀ ଦେଇଛନ୍ତି ।
ଡଃ ଲେଙ୍କା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଅହେତୁକ ମୂଲ୍ୟବୃଦ୍ଧିକୁ ରୋକିବାକୁ ଯୁବ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଦାବି କରାଯିବା ସହ ୫ ଦିନର ମହଲତ ଦିଆଯାଇଥିଲା । କିନ୍ତୁ ସରକାର ଦାବି ଶୁଣିବା ତ ଦୂରର କଥା ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସମେତ ଅନ୍ୟନ୍ୟା ମନ୍ତ୍ରୀମାନେ ଗଣମାଧ୍ୟମକୁ ହାସ୍ୟାସ୍ପଦ ବିବୃତି ଦେଉଛନ୍ତି । ପ୍ରତ୍ୟେକ ଦିନ ପେଟ୍ରୋଲ, ଡିଜେଲର ଦର ବଢ଼ି ଚାଲିଛି । ଦେଶର ୬ ଟି ସହରରେ ପେଟ୍ରୋଲ ଦର ସେଂଚୁରୀ ମାରିଲାଣି, ମାଲକାନାଗିରିରେ ପେଟ୍ରୋଲ ଦର ୯୬ ଟଙ୍କାରେ ପହଂଚିଲାଣି । କେନ୍ଦ୍ର ସରକାର ତୈଳ ଦର ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବାରୁ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ ଲିଟର ପିଛା ୪ ଟଙ୍କା କମାଇଛନ୍ତି । ସେହିପରି କଂଗ୍ରେସ ଶାସିତ ରାଜସ୍ଥାନ ସରକାର ମଧ୍ୟ ୨ ପ୍ରତିଶତ ଟିକସ କମାଇଛନ୍ତି । ଓଡିଶାରେ ଶାସନଗାଦିରେ ବସିଥିବା ବିଜେଡି ସରକାର ମାତ୍ରାଧିକ ଟିକସ ନେଇ ଦର ବୃଦ୍ଧି କରିବାରେ ସହାୟକ ହେଉଛନ୍ତି । ତେଣୁ ଉଭୟ ସରକାର ଟିକସ ନାମରେ ଜନସାଧାରଣଙ୍କୁ ଶୋଷି ନିଜ ଦଳୀୟ ପାଣ୍ଠିକୁ ବୃଦ୍ଧି କରିବାରେ ଲାଗିଛନ୍ତି ବୋଲି ଡଃ ଲେଙ୍କା ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ଅଲିମ୍, ରାଜୀବ ପଟ୍ଟନାୟକ, ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ,ବିଶ୍ୱଜିତ୍ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।