ରାଜସ୍ଥାନରେ ଗତ ୨୪ ଘଂଟାରେ ୭୬ କରୋନାର ନୂଆ ମାମଲା
ଜୟପୁର ,ରାଜସ୍ଥାନରେ ଗତ ୨୪ ଘଂଟାରେ ୭୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୧୯୫ହୋଇ ଯାଇଛି । ବର୍ତମାନ ସୁଦ୍ଧା ୨,୭୮୫ ଜଣଙ୍କର ମୃତ୍ୟୁ ଘଟିଛି ।
ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୨୪୮ କରୋନାର ନୂଆ ମାମଲା
ଭୋପାଳ , ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୨୪୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୫୯,୯୬୯ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୩,୮୫୫ ଜଣଙ୍କର ମୃତ୍ୟୁ ଘଟିଛି ।