-
ସୀମାବର୍ତୀ ଗାଁ ମାନଙ୍କରେ କୌଣସି ଉନ୍ନୟନ ମୂଳକ କାମ କରୁ ନାହାନ୍ତି ସରକାର – ବିଜେପି
-
ଦୁର୍ବଳ ନେତୃତ୍ୱ ଓ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି – କଂଗ୍ରେସ
-
ଓଡିଶାବାସୀ ଓ ଓଡିଶା ରାଜ୍ୟର ସୁରକ୍ଷା ପ୍ରତି ସରକାର ଦେଉଛନ୍ତି ଗୁରୁତ୍ୱ – ସୁଦାମ ମାରାଣ୍ଡି
ବିରୋଧୀ ବିଜେପି ପକ୍ଷରୁ ଓଡିଶାର ସୀମା ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି, ସରକାର ନୀରବଦ୍ରଷ୍ଟା ରହିଥିବା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ଉତର ଦେଇ ଶ୍ରୀ ମାରାଣ୍ଡି ଏହା କହିଛନ୍ତି ।
ସେ କହିଛନ୍ତି ଯେ ଓଡିଶାର ୧୪ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ମାନଙ୍କ ସହ ଲାଗିଛି । ବାଲେଶ୍ୱର, ଗଂଜାମ, ଗଜପତି,ରାୟଗଡା, କୋରାପୁଟ, ମାଲକାନଗିିରି, ନବରଙ୍ଗପୁରପୁର, କଳାହାଣ୍ଡି ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଂଜ ଅନ୍ୟତମ । ଏଥି ମଧ୍ୟରୁ କୋରାପୁଟର କୋଟିଆ ଗ୍ରାମ ପୁଂଜ ସହିତ ଅନ୍ୟାନ୍ୟ ୬ଟି ଜିଲ୍ଲା ସହ ବାଲେଶ୍ୱର ମୟୁରଭଂଜ, ଗଂଜାମ, ଗଜପତି, କେନ୍ଦୁଝର ଓ ନୂଆପଡା ଜିଲ୍ଲାର ପଡୋଶୀ ରାଜ୍ୟ ମାନଙ୍କ ସହ ସୀମା ବିବାଦ ଲାଗି ରହିଛି ।
ସେ କହିଛନ୍ତି ଯେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଅଂଚଳରେ ଗଂଜେଇପଦର, ଫଗୁଣସିନେରି ଓ ଫଟୁସିନେରି ଗ୍ରାମ ପାଇଁ ଗ୍ରାମ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ କୋରାପୁୁଟ ଜିଲ୍ଲାରୁ ସମ୍ବାଦ ପାଇବା ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜିଲ୍ଲାପାଳ ଆଡଭୋକେଟ ଜେନେରାଲଙ୍କ ସହ ପରାମର୍ଶ କରି ସୁପ୍ରୀମକୋର୍ଟରେ ମାମଲା ଦାଖଲ କରିଥିଲେ । ମାମଲାକୁ ଗ୍ରହଣ କରିବା ସହ ସୁପ୍ରିମକୋର୍ଟ ଆଂଧ୍ର ପ୍ରଦେଶକୁ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଲେ । ତଦନୁଯାୟୀ ଆନ୍ଧ୍ର ପ୍ରଦେଶ ଆଫିଡେଭିଟ ଦେଇଛନ୍ତି । ରାଜ୍ୟ ସରକାର ଏହି ମାମଲାରେ ୪ ସପ୍ତାହ ସମୟ ମାଗିଛନ୍ତି । ସରକାର ଏହି ମାମଲା ଉପରେ ଦୃଷ୍ଟି ରଖିଛନ୍ତି ।
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ସଭ୍ୟ ମୋହନ ମାଝୀ, ଜୟନାରାୟଣ ମିଶ୍ର କହିଥିଲେ ଯେ ସୀମାନ୍ତ ଅଂଚଳ ମାନଙ୍କରେ କୌଣସି ଉନ୍ନୟନ ମୂଳକ କାମ ରାଜ୍ୟ ସରକାରଙ୍କ ଦ୍ୱାରା କରା ଯାଉ ନ ଥିବାରୁ ସଂପୃକ୍ତ ଅଂଚଳବାସୀ ପଡୋଶୀ ରାଜ୍ୟ ମୁହାଁ ହୋଇଛନ୍ତି । ସରକାରୀ ସୁବିଧା ଯାହା ମିଳିବା ସେମାନଙ୍କୁ ମିଳିବା କଥା ତାହା ମିଳୁନାହିଁ । ଏହାର ସୁେ ଯାଗ ନେଇ ଆନ୍ଧ୍ର ପ୍ରଦେଶ ସରକାର ବାର୍ଧକ୍ୟ ଭତା ୨୦୫୦ ଟଙ୍କା ଓ ଲୋକ ପ୍ରତିନିଧି ବାର୍ଡ ମେମ୍ବରକୁ ୩ ହଜାର ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ୧୫ ହଜାର ଟଙ୍କା ଦେଉଛନ୍ତି । ଏହି ଅଂଚଳ ଓଡିଶାରେ ଥାଇ ନ ଥିଲା ଭଳି ଏବେ ମନେ ହେଉଛି । ବର୍ତମାନ ରାଜ୍ୟର ଶହେ ଟି ଗ୍ରାମ ପଡୋଶୀ ରାଜ୍ୟ ମାନଙ୍କ ସହ ମିଶିବା ଉପରେ ରହିଛି । ରାଜ୍ୟର ସୀମାକୁ ସୁରକ୍ଷା କରିବାକୁ ହେଲେ ସମସ୍ତଙ୍କୁ ନେଇ ଲଢିବା ଦରକାର ।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ କହିଥିଲେ ଯେ ଦୁର୍ବଳ ନେତୃତ୍ୱ ଓ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଫଳରେ ପଡୋଶୀ ରାଜ୍ୟ ମାନେ ଓଡିଶାକୁ ଦଖଲ କରିବା ଆରମ୍ଭ କରିଛନ୍ତି । ଷଢେଇକଳା, ଖରସୁଆଁ ପାଇଁ ଛାତ୍ର ଆନ୍ଦୋଳନ ହୋଇଥିଲା । ତାହା ଆସି ପାରିଲା ନାହିଁ । ସୀମାନ୍ତ ଅଂଚଳର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ମାନଙ୍କୁ ପଠା ଯାଉ । ସର୍ବନିମ୍ନ ଆବଶ୍ୟକତା େ ଯାଗାଇ ଦିଆ ଯାଉ ।