ଭୁୁବନେଶ୍ୱର, ଅଂଜନା ମିଶ୍ର ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିିବା ପରେ କମିଶନରେଟ ପୋଲିସ ଅଧିକାରୀ ‘କମିଶନର ସିବିଆଇ ପାରିଲା ନାହିଁ, ଆମେ ପାରିଲ’ୁ ବୋଲି କହି ସର୍ଭିସ ରୁଲର ଉଲ୍ଲଂଘନ କରିଛନ୍ତି । ଜଣେ ସରକାରୀ ଅଧିକାରୀ ଏପରି କହିବା ଉଚିତ ନ ଥିଲା । ତେଣୁ ସେ ଏହି ମାମଲାକୁ ନେଇ କ୍ଷମାପ୍ରାର୍ଥନା କରନ୍ତୁ । ଏ ସମ୍ପର୍କରେ ତାଙ୍କୁ ତାଗିଦ କରା ଯାଉ । ଫଳରେ ଭବିଷ୍ୟତରେ ଏହାର ପୁନରାବୃତି ହେବ ନାହିଁ । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉତଥାପନ କରି ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ ଯଦି ରାଜ୍ୟ ପୋଲିସକୁ ବାହା ବାହା ନେବାର ଥିଲା ତେବେ ବିଧାନସଭାରେ ଗୃହ ମନ୍ତ୍ରୀ ଏହି କଥା କହି ପାରିଥାନ୍ତେ । ହେଲେ ଜଣେ ସରକାରୀ ଅଧିକାରୀ କେନ୍ଦ୍ର ସରକାରଙ୍କ ସଂସ୍ଥା ପାରିଲା ନାହିଁ, ଆମେ ପାରିଲୁ ବୋଲି କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ସେ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।