
କଟକ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସାଲେପୁର ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଜି ପାଳନ ହେବାର ଥିଲା । ଏହି ଅବସରରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ର ସମ୍ଭାବନା ଥିବାରୁ କରୋନା ସଂକ୍ରମଣକୁ ଏଡାଇବାକୁ ପ୍ରଶାସନ ପକ୍ଷରୁ ନେମାଳ ବଟରେ ୧୪୪ ଧାରା ଜାରୀ କରାଯାଇଛି । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବିଧି ମୁତାବକ ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯାଉଛି । କେବଳ ଭକ୍ତ ମାନଙ୍କୁ ଦର୍ଶନର ସୁଯୋଗ ମିଳିବନି ବୋଲି କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଗତକାଲି ସଂନ୍ଧ୍ୟାରୁ ଲାଗୁ ହୋଇଥିବା ୧୪୪ ଧାରା ଆସନ୍ତାକାଲି ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୀଠରେ ବଳବତର ରହିବ ।