ନବରଙ୍ଗପୁର, ନବରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଦେଉଳା ଗ୍ରାମରେ ଥିବା ଏକ ପରତ୍ୟକ୍ତ ଶୁଖିଲା କୂଅରେ ଗତକାଲି ରାତିରେ ଏକ ଭାଲୁ ଖସି ପଡିଥିଲା । ଆଜି ସକାଳେ ଏହା ଜାଣିବା ପରେ ଗ୍ରାମବାସୀ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଭାଲୁଟିକୁ ଉଦ୍ଧାର କରିଛନ୍ତି । ନିକଟରେ କ୍ଷେତରେ ମକା ଓ ଅନ୍ୟ ପନିପରିବା ଫସଲ ରହିଥିବାରୁ ଖାଦ୍ୟ ଅନ୍ୱେଷଣରେ ଆସି ଭାଲୁଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି ।